ବୁଧ ବକ୍ରି ହେବା ଏବେ ଏହି ସବୁ ରାଶି ଜାତକଙ୍କ ଲାଗି ହୋଇ ପାରେ ସମସ୍ୟା

Published By : Prameya-News7 Bureau | February 16, 2020 IST

ବୁଧ ଗ୍ରହ ଫେବୃଆରୀ ୧୭ ତାରିଖରୁ କୁମ୍ଭରାଶିରେ ବକ୍ର ଗତି କରିବେ। ମାର୍ଚ୍ଚ ୧୦ ତାରିଖରେ ପୁଣି ସିଧା ଚାଲିବାକୁ ଲାଗିବେ। ତେବେ ବୁଧଙ୍କ ଏପରି ଗୋଚରର ପ୍ରଭାବ ସବୁ ରାଶି ଜାତକଙ୍କ ଉପରେ  ରହିବ। ଏପ୍ରିଲ ୭ ତାରିଖରେ ବୁଧ ରାଶି ବଦଳାଇ ମୀନରେ ପ୍ରବେଶ କରିବେ। ତେବେ ସେ ପର୍ଯ୍ୟନ୍ତ ଆପଣଙ୍କ ଚନ୍ଦ୍ର ରାଶି ଉପରେ ବୁଧଙ୍କ ପ୍ରଭାବ କିପରି ରହିବ ଆସନ୍ତୁ ଜାଣିବା।

{"id":225290,"width":581,"height":579,"sizeSlug":"large"}

ମେଷ : ଏହି ରାଶି ଜାତକଙ୍କ ଲାଗି ଆର୍ଥିକ ପ୍ରସଙ୍ଗରେ ସଫଳତା ମିଳିପାରେ। ମାତୁଳ ପକ୍ଷରୁ କିଛି ଉପହାର ମିଳିପାରେ। ତେବେ ରାସ୍ତାରେ ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ବୃଷ : ବୁଧଙ୍କ ଏପରି ଚାଲ ଶେୟାର ବଜାରରେ ନିବେଶରୁ ଭଲ ଲାଭ ଦେଇପାରେ। ଆପଣଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା ହେବ। ତେବେ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ସହ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଖୁସିର ମାହୋଲ ରହିବ।
ମିଥୁନ : ଆପଣଙ୍କ ଲାଗି ବୁଧ ବକ୍ରିହେବା ଯାତ୍ରାକାରକ ହୋଇପାରେ। ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବା ସହ ଆୟର ନୂଆ ସ୍ରୋତ ଖୋଲିବ।

କର୍କଟ : ଲୋକଙ୍କ ସହ କଥାବାର୍ତ୍ତାରେ ସାବଧାନତା ଅବଲମ୍ବନ କରନ୍ତୁ। କାହାକୁ ଅପଶବ୍ଦ କୁହନ୍ତୁ ନାହିଁ। ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନେଣଦେଣରେ ସାବଧାନତା ଅବଲମ୍ବନ କରିବା ସହ କାଗଜପତ୍ର କାମରେ କାହା ପ୍ରତି ଆଖୁମୁଜି ବିଶ୍ୱାସ କରନ୍ତୁ ନାହିଁ।
ସିଂହ : ବୁଧଙ୍କ ପ୍ରଭାବରୁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉତ୍ସାହପ୍ରଦ ଫଳ ମିଳିବ। ନୂଆ ବାହନ ଅଥବା ଅଚଳ ସମ୍ପତ୍ତି କ୍ରୟ କରିବାର ଯୋଗ ସୃଷ୍ଟି ହୋଇଛି। ଦାମ୍ପତ୍ୟ ଜୀବନ ଲାଗି ସମୟ ଅନୁକୂଳ।
କନ୍ୟା : ସ୍ୱାସ୍ଥ୍ୟର ପୁରା ଧ୍ୟାନ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମରୁ ସଫଳତା ମିଳିବାର ଆଶା କରାଯାଏ।

{"id":225293,"width":581,"height":697,"sizeSlug":"large"}

ତୁଳା : ସନ୍ତାନ ସନ୍ତତିଙ୍କ ଲାଗି ଚିନ୍ତାକାରକ ହୋଇପାରେ। ବେପାର ବଣିଜରେ କଡା ପ୍ରତିଦ୍ୱନ୍ଦ୍ୱୀତାର ସମ୍ମୁଖୀନ ହେବାକୁ ପଡିପାରେ। ଇଛା ନଥାଇ ଯାତ୍ରା କରିବାକୁ ପଡିବ। ବାକ୍ ସଞ୍ଜମ ରଖନ୍ତୁ ନଚେତ ବିବାଦୀୟ ପରିସ୍ଥିତି ଉପୁଜିପାରେ।
ବିଛା : କାର୍ଯ୍ୟକ୍ଷେତ୍ରରେ କାମକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ବୁଧଙ୍କ ଯୋଗୁ ଦେବା ନେବା ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ। ଯାନବାହନରେ ତ୍ରୁଟି ଯୋଗୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ଧନୁ : ବୁଧଙ୍କ ବକ୍ରି ହେବା ଆପଣଙ୍କ ପରାକ୍ରମରେ ବୃଦ୍ଧି କରିବ। ସାନ ଭାଇ,ଭଉଣୀଙ୍କ ସହଯୋଗ ପାଇବେ। ଏହି ସମୟରେ ଅଧିକ ପରିଶ୍ରମ ପଡିବ ଓ ସେହି ଅନୁସାରେ ଆୟରେ ମଧ୍ୟ ବୃଦ୍ଧି ହେବ। ଯଦି ଆପଣ ପାଠ ପଢୁଛନ୍ତି ପରୀକ୍ଷାରେ ନିଶ୍ଚିତ ସଫଳ ହେବେ।  

{"id":225294,"width":576,"height":574,"sizeSlug":"large"}

ମକର : ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି। ବାକ୍ ସଞ୍ଜମତା ରକ୍ଷା କରନ୍ତୁ। ଧନହାନୀର ସମ୍ଭାବନା ରହିଛି। କୌଣସି ଅନୈପଚାରିକ ସ୍ରୋତରୁ ଧନାଗମର ସୂଚନା ମିଳେ।
କୁମ୍ଭ :ରାଶିରେ ବୁଧ ବକ୍ରି ହେଉଥିବାରୁ ଜାତକଙ୍କୁ ମିଶ୍ରିତ ଫଳ ମିଳିବ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ବୈବାହିକ ଜୀବନରେ ତାଳମେଳ ରହି ନପାରେ। ସନ୍ତାନକୁ ନେଇ ଚିନ୍ତାରେ ପଡିପାରନ୍ତି। ସ୍ୱାସ୍ଥ୍ୟରେ ମଧ୍ୟ ପ୍ରଭାବ ପଡିବ। ତେବେ ନିବେଶରୁ ଲାଭ ପାଇବେ।
ମିନ : ଧନ ଲାଭର ପ୍ରବଳ ଯୋଗ ଉପୁଜିଛି। ଅଚାନକ ଯାତ୍ରା କରିବାକୁ ପଡିପାରେ। ଚାକିରୀରେ ସ୍ଥାନ ପରିବର୍ତ୍ତନର ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.