Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଷ ପିଇ ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ, ଚାକିରୀରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବା ଅଭିଯୋଗ

22/06/2019 at 9:06 AM

ବୀରମହାରାଜପୁର ୨୨|୬: ଚାକିରୀରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମାଣିକପୁର ଗାଁର ଜଣେ ଛଟେଇ ହୋମଗାର୍ଡ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ସୂଚନାଯୋଗ୍ୟ ଯେ, ଛଟେଇ କର୍ମଚାରୀ ଗୁପ୍ତେଶ୍ବର ହାତୀ ୨୦୦୬ ମସିହାରୁ ସୋନପୁର ଜିଲ୍ଲାରେ ହୋମଗାର୍ଡ ଭାବରେ କାମ କରୁଥିଲେ  । କିନ୍ତୁ ତାଙ୍କୁ ୨୦୦୭ ମସିହାରେ କୌଣସି କାରଣରୁ ଜିଲ୍ଲା ପୋଲିସ ତାଙ୍କୁ ଛଡେଇ କରିଥିଲା  । ପରେ ସେ ପୋଲିସ ମହାନିର୍ଦ୍ଦେଶକଠାରୁ ଅଭିଯୋଗ କରି ପୁନଃ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ପାଇଥିଲେ କିନ୍ତୁ ଏବେ ସୋନପୁର ରେ ବାହାରିଥିବା ୪୫ ଜଣ ହୋମଗାର୍ଡ ପଦବୀ ପାଇଁ ମଧ୍ୟ ସେ ଆବେଦନ କରିଥିଲେ କିନ୍ତୁ ସେ ହୋମଗାର୍ଡ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନାହିଁ । ଏହା ପ୍ରତିବାଦରେ ସେ ଏସପିଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ କିନ୍ତୁ ତାଙ୍କୁ ନିଯୁକ୍ତି ନ ମିଳିବାରୁ ମାନସିକ ଭାରସାମ୍ୟ ହାରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଛଟେଇ ହୋମଗାର୍ଡର ପତ୍ନୀ କହିଛନ୍ତି  । ଏବେ  ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ୪୫ ଜଣଙ୍କର ଚୟନ ତାଲିକା ପ୍ରକାଶିତ ହୋଇଛି  । ହେଲେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଉପେକ୍ଷା କରାଯାଇଥିବା ଆବେଦନ କରିଥିବା ପ୍ରାର୍ଥୀମାନେ ଅଭିଯୋଗ କରିଆସୁଛନ୍ତି ।

   Related Posts