ପୁଲଓ୍ବାମା ଆକ୍ରମଣ ପରେ ରିଟ୍ରିଟ ସେରିମନିରେ ଦେଖିବାକୁ ମିଳିଲା ଯୁଦ୍ଧର ମାହୋଲ ; ପାକ୍ ରେଞ୍ଜର ଦେଖାଇଲେ ରାଇଫଲ୍ ତ ମିଳିଲା ଏମିତି ଜବାବ

Published By : Prameya-News7 Bureau | February 17, 2019 IST

ଫିରୋଜପୁର ୧୭|୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ହୁସେନଓ୍ବାଲା ବର୍ଡରରେ ଦେଖିବାକୁ ମିଳିଥିଲା ଯୁଦ୍ଧର ମାହୋଲ। ବର୍ଡରରେ ରିଟ୍ରିଟ ସେରିମନି ଚାଲିଥିବାବେଳେ ପାକ୍ ର ଜଣେ ଯବାନ ଭାରତୀୟ ସେନା ଉପରକୁ ରାଇଫଲ ଦେଖାଇଥିଲେ । ଏହାପରେ ଭାରତୀୟ ଦର୍ଶକ ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ । ହୁସେନଓ୍ବାଲ ବର୍ଡରରେ ଶୁକ୍ରବାର ସନ୍ଧ୍ୟା ସାଢେ ୪ଟା ବେଳେ ଆରମ୍ଭ ହୋଇଥିବା ରିଟ୍ରିଟ ସେରିମନିରେ ଭାରତୀୟ ଯବାନମାନଙ୍କ ଆକ୍ସନରେ ଆତଙ୍କବାଦୀ ଆକ୍ରମଣ ଘଟଣାର ରାଗ ଦେଖିବାକୁ ମିଳିଥିଲା ।

ପାକିସ୍ତାନ ରେଞ୍ଜର ମଧ୍ୟ ବହୁତ ଖରାପ ଆକ୍ସନ ଏବଂ ଇସାରା କରିଥିଲେ । ଜଣେ ପାକିସ୍ତାନ ରେଞ୍ଜର ଭାରତୀୟ ଯବାନଙ୍କ ଉପରକୁ ରାଇଫଲ ଦେଖାଇ ଇସାର କରିଥିଲେ । ଏହାଦେଖି ପାକିସ୍ତାନ ପଟେ ବସିଥିବା ଦର୍ଶକ କରତାଳି ମାରିବା ସହ ନାରା ଲଗାଇଥିଲେ । ଏହାର ଜବାବ ଦେଇ ଭାରତୀୟ ଦର୍ଶକଙ୍କ ମଧ୍ୟରୁ ଜଣେ ଶିଖ୍ ଛିଡାହୋଇ ଉଚ୍ଚ ସ୍ବରରେ ‘ସୋ ନିହାଲ ସତ ଶ୍ରୀ ଅକାଲ’ ନାରା ଲଗାଇଥିଲେ । ଏହି ନାରା ପରେ ପାକ୍ ରେଞ୍ଜରଙ୍କ ଆକ୍ସନ ଏବଂ ଇସାରା ଆହୁରି ଖରାପ ହୋଇଯାଇଥିଲା । ଜଣେ ପାକିସ୍ତାନ ରେଞ୍ଜର ନିଜ ଦୁଇ ହାତରେ ଏଭଳି ଇସାରା କରିଥିଲେ କି ଯେମିତି ଖଣ୍ଡା ଚଲାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.