Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଅବସରପ୍ରାପ୍ତ VLWଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ନେଲେ ମହିଳା ଓ୍ବାର୍ଡ ମେମ୍ବର, ଲାଞ୍ଚ ପାଇଁ ହେଲା ଏମିତି !

8/01/2021 at 2:05 PM

ନିଆଳି ୮।୧: ଅବସରପ୍ରାପ୍ତ ଭିଏଲଡବ୍ଲୁ ରାସ୍ତାରେ ଘୋଷାଡି ଘୋଷାଡି ନେଲେ ମହିଳା ଓ୍ବାର୍ଡ ମେମ୍ବର ।କଟକ ଜିଲ୍ଲା ନିଆଳି ବ୍ଲକ୍ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅବସର ନେଇଥିବା ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ ମହିଳା ୱାର୍ଡ଼ ମେମ୍ବର ବିଚ୍ ରାସ୍ତାରେ ମାଡ଼ ମାରି ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳ ଭିଏଲଡବ୍ଲୁ ସରକାରୀ ଆବାସ ଦେବା ପାଇଁ ମହିଳା ୱାର୍ଡ ମେମ୍ବର ହାଜୁ ବିବିଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରବର୍ତ୍ତି ସମୟରେ ମହିଳାଙ୍କୁ ସରକାରୀ ଘର ଦେଇନଥିଲେ । ମହିଳା ଜଣଙ୍କ ବାରମ୍ବାର ସମସ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନଥିଲେ।

ଶୁକ୍ରବାର ସକାଳ ୭ଟାରେ ତ୍ରିଲୋଚନକୁ ପାଇ ମହିଳା ଜଣଙ୍କ ତାଙ୍କ କଲର ଧରି ବିଚ୍ ରାସ୍ତାରେ ମାଡ଼ ମାରି ଓ ନିଆଳି ଥାନା ସମ୍ମୁଖରେ ଘୋଷାଡି ଘୋଷାଡି ନେଇଛନ୍ତି। ନିଆଳି ବ୍ଲକରେ ଏହିଭଳି ଅନେକ ଦୁର୍ନୀତିର ଅଭିଯୋଗ ହେଉଥିବାବେଳେ ଆଜିର ଏହି ଘଟଣା ସେଥିରୁ ଗୋଟିଏ ।

   Related Posts