୭୦ ବର୍ଷ ବୟସ୍କ ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟରଙ୍କୁ ମଝି ରାସ୍ତାରେ ପିଟିପିଟି ହତ୍ୟା : ଭିଡିଓ ଭାଇରାଲ

Published By : Prameya-News7 Bureau | September 04, 2018 IST

ଉତ୍ତର ପ୍ରଦେଶ ୪/୯ : ମଝି ରାସ୍ତାରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି | ଏଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅହମଦାବାଦରେ | ଜଣେ ୭୦ ବର୍ଷ ବୟସ୍କ ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟରଙ୍କୁ ନିସ୍ତୁକ ମାଡ ମାରିଥିଲେ କିଛି ଯୁବକ, ହେଲେ କେହି ବି ତାଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିନଥିଲେ | ତେବେ ସିସିଟିଭିରେ କାଏଦା ହୋଇଥିବା ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ତେବେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ୧୦ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି | ତେବେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ | ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିବା ଗୁଣ୍ଡାମାନଙ୍କ ଭିତରୁ ଜଣକର ଅପରାଧ ରେକର୍ଡ ରହିଥିବା ପୋଲିସ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.