Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ NCLATର ଅଧ୍ୟକ୍ଷ ନିଯୁକ୍ତ

29/10/2021 at 8:51 PM

ନୂଆଦିଲ୍ଲୀ ୨୯/୧୦: କେନ୍ଦ୍ର ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ୪ ବର୍ଷ ପାଇଁ ନ୍ୟାସନାଲ୍‌ କମ୍ପନୀ ଲ ଆପେଲେଟ୍‌ ଟ୍ରିବ୍ୟୁନାଲ୍‌(NCLAT)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଜଷ୍ଟିସ୍‌ ଅଶୋକ ଭୂଷଣ ଚଳିତ ବର୍ଷ ଜୁଲାଇ ମାସରେ ଜଜ ପଦରୁ ଅବସର ଗ୍ରହଣ କରିଥିଲେ । ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ଏନସିଏଲଏଟିର ଅଧ୍ୟକ୍ଷ ଭାବେ ୪ ବର୍ଷ ନିଯୁକ୍ତି ଉପରେ ମୋହର ମାରିଛି ।

ଏହା ସହ ମଣିପୁର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରାମଲିଙ୍ଗମ ସୁଧାକରଙ୍କୁ NCLT (ନ୍ୟାସନାଲ୍‌ କମ୍ପାନୀ ଲ ଟ୍ରିବ୍ୟୁନାଲ୍‌)ର ଅଧ୍ୟକ୍ଷ  ଭାବେ ନିଯୁକ୍ତ କରିଛନ୍ତି ଭାରତ ସରକାର । ଜଷ୍ଟିସ୍‌ ଅଶୋକ ଭୂଷଣ ପଦ ଭାର ଗ୍ରହଣ କରିବା ପରେ ଅର୍ଥାତ ତାଙ୍କୁ ୭୦ ବର୍ଷ ହେବା ଯାଏଁ ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖି​‌ବେ ବୋଲି ଜଣାପଡ଼ିଛି।

ଦେଢ଼ ବର୍ଷ ପରେ ଦୁଇଟି ବିଭାଗକୁ ମୁଖ୍ୟ ମିଳିଛନ୍ତି । ସେପଟେ ୧୯ ମାସ ପରେ ଆପେଲେଟ୍‌ ଟ୍ରିବ୍ୟୁନାଲକୁ ସ୍ଥାୟୀ ଅଧ୍ୟକ୍ଷ ମିଳିଥିବା ବେଳେ ଏନସିଏଲଟିକୁ  ଜାନୁଆରୀ ୫, ୨୦୨୦ ପରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ମିଳିଛନ୍ତି । ଏହା ସହ NCLT ଏବଂ NCLATରେ ସଦସ୍ୟ ସଂଖ୍ୟା କମ୍‌ ଥିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ କେନ୍ଦ୍ର ସରକାର ଚଳିତ ମାସ ଆରମ୍ଭରେ NCLT ପାଇଁ ୨୧ ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଥିଲେ ।

   Related Posts