ସାମାନ୍ୟ ବଚସା ନେଲା ଉଗ୍ର ରୂପ, ଗୁଳିକରି ହତ୍ୟା କଲେ ଅବସରପ୍ରାପ୍ତ ପୋଲିସ ଅଧିକାରୀ

Published By : Prameya-News7 Bureau | June 15, 2021 IST

ମୁମ୍ବାଇ, ୧୫।୬: ନାଭି ମୁମ୍ବାଇର ଆଇରୋଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସାମାନ୍ୟ ବାଚସାରୁ ଗୁଳିକାଣ୍ଡ ଘଟିଛି l ଏହି ଘଟଣାରେ ଜଣେ ୩୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡିଛି l

ସୂଚନା ଅନୁସାରେ ଏସବୁ କାଣ୍ଡ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର କରିଛନ୍ତି l ସେ ଜଣେ ରିଟାୟାର୍ଡ଼ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର l ସାମାନ୍ୟ କାର ଇନ୍ସୁରାନ୍ସକୁ ନେଇ ପାଟି ତୁଣ୍ଡ ହୋଇଥିବା ବେଳେ ଏପରି ଗୁଳିକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି l ରବେଲ ପୋଲିସ ଏନେଇ ୭୪ ବର୍ଷୀୟ ଭଗବାନ ପାଟିଲ ନାମକ ଅଧିକାରୀଙ୍କୁ ଗିରଫ କରିଛି l ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ କରିବା ଭଳି ଭାରତୀୟ ପିଙ୍ଗଳ ଧାରାରେ ମାମଲା ରୁଜୁ କରାଯାଇଛି l ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ବେଳେ ସେ ମଦ୍ୟପାନ କରିଥିବା ଅନୁମାନ କରାଯାଉଛି l ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି l

ତେବେ ମୃତ ବ୍ୟକ୍ତିଙ୍କ ନାମ ବିଜୟ ବୋଲି ଜଣା ପଡିଛି l ତାଙ୍କ ଦେହରେ ୩ ଟି ଗୁଳି ବାଜିଛି l ତାଙ୍କ ପାକସ୍ଥଳୀରେ ୨ଟି ଗୁଳି ବାଜି ଥିବା ବେଳେ ତାଙ୍କ କାନ୍ଧରେ ଗୋଟିଏ ଗୁଳି ଲାଗିଛି l ଅନ୍ୟ ପଟେ ବିଜୟଙ୍କ ସାନଭାଇ ସୁଜୟଙ୍କ ଦେହରେ ଗୁଳି ଘଷି ହୋଇ ଚାଲିଯାଇଥିବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି l ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.