ବଲାଙ୍ଗୀରରେ ମର୍ଣ୍ଣିଂ ଓ୍ବାକ୍ରୁ ଫେରୁଥିବାବେଳେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
21/11/2018 at 11:20 AM

ବଲାଙ୍ଗିର ୨୧|୧୧: ବଲାଙ୍ଗୀର ଟାଉନ ଥାନା ବନବିଭାଗ ତନଖି ଫାଟକ ନିକଟରେ ଅଭାବନୀୟ ଘଟଣା ଘଟିଛି । ମର୍ଣ୍ଣିଂ ୱାକ୍ରୁ ଫେରୁଥିବାବେଳେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେଲେ ବିଷ୍ଣୁ ପ୍ରସାଦ ପାଢି । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଲୁଟେରାଙ୍କୁ ଧରିବାକୁ ଛାନଭିନ ଚଳାଇଛି ।