ଅବସରପ୍ରାପ୍ତ ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା : ସୁଈସାଇଡ ନୋଟରେ ଲେଖିଲେ ଆତ୍ମହତ୍ୟା ପାଇଁ ମମତା ଦାୟୀ

Published By : Prameya-News7 Bureau | February 23, 2019 IST

କୋଲକାତା ୨୩/୨ : ଜଣେ ଅବସରପ୍ରାପ୍ତ ଆଇପିଏସ ଅଫିସର ନିଜ ଆତ୍ମହତ୍ୟା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ଏନେଇ ସେ ନିଜ ସୂଈସାଇଡ ନୋଟରେ ଲେଖିଥିଲେ | ୧୯୮୬ ବ୍ୟାଚ ଆଇପିଏସ ଅଫିସର ଗୌରଭ ଦତ୍ତ ଫେବୃଆରୀ ୧୯ ତାରିଖରେ ନିଜ ହାତରେ ଶିରା କାଟି ଆତ୍ମହତ୍ୟା କରିଥିଲେ | ଦତ୍ତ ଗତବର୍ଷ ସ୍ୱଇଚ୍ଛାରେ ଅବସର ଗ୍ରହଣ କରିଥିଲେ | ଗୌରଭଙ୍କ ବାପା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସିକ୍ୟୁରିଟି ଅଫିସର ଥିଲେ |


ମମତା ବାନାର୍ଜୀ ଗୌରଭଙ୍କୁ ନିର୍ଯ୍ୟାତନା ଦେଇଥିବା ସେ ସୁଈସାଇଡ ନୋଟରେ ଲେଖିଥିଲେ | ମମତା ତାଙ୍କର କିଛି ମାମଲାକୁ ବନ୍ଦ କରିବାକୁ ମନା କରିଦେଇଥିଲେ | ଏପରିକି ନିଜେ ଡିଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଗୌରଭଙ୍କ ମାମଲା ବନ୍ଦ କରିଦେବାକୁ କିନ୍ତୁ ମମତା ରାଜି ହୋଇନଥିଲେ |


ଗୌରଭ ନିଜ ସୂଈସାଇଡ ନୋଟରେ ଲେଖିଥିଲେ ଯେ, ସେ ସଚ୍ଚୋଟ ଭାବେ ତାଙ୍କ ଚାକିରୀରୁ ଆୟ କରିଥିବା ଅର୍ଥ ମଧ୍ୟ ମମତା ବ୍ଲକ କରି ରଖିଦେଇଥିଲେ | ମମତା ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ନିର୍ଯ୍ୟାତନା ଦେଇଥିବା ସେ କହିଥିଲେ | ଗୌରଭ ଲେଖିଥିଲେ ଯେ, ତାଙ୍କର ଆତ୍ମହତ୍ୟା ପରେ ସରକାର ତାଙ୍କ ହଡପ କରିଥିବା ଟଙ୍କା ଫେରସ୍ତ କରିବା ପାଇଁ ବାଧ୍ୟ | ଦତ୍ତ ଆହୁରି ଲେଖିଥିଲେ ଯେ, ଯଦି ଜଣେ ଇଜ୍ଜତ ବିନା ବଂଚି ପାରିବ ନାହିଁ ତାହେଲେ ସେ ଇଜ୍ଜତର ସହ ମରିଯିବା ସର୍ବୋତ୍ତମ | ଦତ୍ତ ଲେଖିଥିଲେ ଯେ, ମମତାଙ୍କ ମଧ୍ୟରେ ଦୃଢ ଅମାନବିକ ଗୁଣ ରହିଛି ଏବଂ ଆଇପିଏସ ଅଫିସରଙ୍କୁ ନିଜ ଦରକାର ମୁତାବକ ବ୍ୟବହାର କରିବା ଏବଂ ଛାଡିବା ତାଙ୍କର ଏକ ଗୁଣ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.