ଅବସରପ୍ରାପ୍ତ ନୌସେନା ଯବାନଙ୍କୁ ଗୁଳି କରି ହତ୍ୟା: ଶିକ୍ଷକ ଗିରଫ

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ ୨୧/୦୯ : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଦ୍ଵାରକା ଅଞ୍ଚଳରେ ରବିବାର ରାତିରେ ଭାରତୀୟ ନୌସେନାର ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ୫୫ ବର୍ଷ ବୟସ୍କ ବଳରାଜ ଦେଶବାଲ । ସେ ନୌସେନାର ଅବସରପ୍ରାପ୍ତ ଯବାନ ଥିଲେ । ବର୍ତ୍ତମାନ ସେ ପ୍ରପର୍ଟି ଡିଲର ଭାବେ କାମ କରୁଥିଲେ । ଗିରଫ ଅଭିଯୁକ୍ତ ହେଲା ପ୍ରଦୀପ ଖୋଖର । ସୂଚନା ଅନୁଯାୟୀ, ପରସ୍ପର ବିବାଦ ଯୋଗୁଁ ପ୍ରଦୀପ ବଳରାଜ ଦେଶବାଲଙ୍କୁ ଗୁଳି କରିଥିଲା । ଅଭିଯୁକ୍ତ ଲାଇସେନ୍ସ ଥିବା ପିସ୍ତଲରୁ ଗୁଳି ମାରିଥିଲେ । ଅଭିଯୁକ୍ତ ହରିୟାଣାରେ ଶିକ୍ଷକ ଅଛନ୍ତି ।

ରାଜଧାନୀ ଦିଲ୍ଲୀରେ ଅପରାଧିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ସେପ୍ଟେମ୍ବର ୭ ତାରିଖରେ କିନ୍ନରଙ୍କ ଗୁରୁ ଏକତା ଯୋଡ଼ିଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ, ଜିଟିଵି ଏନକ୍ଳେଭ (GTB Enclave) ସ୍ଥିତ ଜନତା ଫ୍ଲାଟରେ କିଛି ଦୁର୍ବୁତ୍ତ ଏକତା ଯୋଶୀଙ୍କୁ ଗୁଳି କରିଥିଲେ । ସେ ଗମ୍ଭୀର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସୂଚନା ଅନୁଯାୟୀ, ଦୁର୍ବୁତ୍ତ ଏକତାଙ୍କୁ ୪ଟି ଗୁଳି ମାରିଥିଲେ । ତାଙ୍କୁ ଗୁଳି କରି ଅପରାଧୀ ସେଠାରେ ଫେରାର ହୋଇଯାଇଥିଲେ । ପୋଲିସ ସିସିଟିଭି ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.