ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

୧୪ ମହଲା ଛାତରୁ ଡେଇଁ ଅବସରପ୍ରାପ୍ତ ଆଇଜିଙ୍କ ଝିଅ କଲେ ଆତ୍ମହତ୍ୟା; ଆସନ୍ତାକାଲି ଥିଲା ବାହାଘର

9/12/2018 at 1:11 PM

ପାଟଣା ୯/୧୨ : ବିହାରର ରାଜଧାନୀ ପାଟଣାରୁ ଘଟିଛି ଅଘଟଣ | ଜଣେ ଅବସରପ୍ରାପ୍ତ ଆଇଜିଙ୍କ ଝିଅ ୧୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ତେବେ ଚାଂଚଲ୍ୟକର ଘଟଣା ହେଲା ଯେ ଆସନ୍ତାକାଲି ତାଙ୍କର ବିବାହ ହେବାର ଥିଲା | ଅବସରପ୍ରାପ୍ତ ଆଇଜି ହେଲେ ସୁଧାଂଶୁ କୁମାର | ସେ କୋତବାଲି ଥାନା ଅନ୍ତର୍ଗତ ଉଦୟଗିରି ଆପାର୍ଟମେଣ୍ଟରେ ରହୁଥିଲେ | ଏହି ଆପାର୍ଟମେଣ୍ଟ ମ୍ୟୁଜିୟମ ସାମ୍ନାରେ ରହିଛି | ଘଟଣା ଆଜି ସକାଳେ ଗହାଇଥିବା ଖବର ମିଳିଛି | ମୃତକ ହେଲେ ଡାକ୍ତର ସ୍ନିଗ୍ଧା କୁମାରୀ | ଖବର ପାଇବା ପରେ ଡ଼ିଏମ ଏବଂ ଏସଏସପି ମନୁ ମହାରାଜ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି |


ସୂଚନାଯୋଗ୍ୟ ଯେ, ଶନିବାର ଦିନ ସ୍ନିଗ୍ଧାଙ୍କ ତିଲକ କାର୍ଯ୍ୟକ୍ରମ ହୋଇଥିଲା | ଆସନ୍ତାକାଲି କିଷାନଗଞ୍ଜର ଡ଼ିଏମ ମହେନ୍ଦ୍ର ପ୍ରସାଦଙ୍କ ସହ ବାହାଘର ହେବାର ଥିଲା | ଆଜି ସକାଳ ପ୍ରାୟ ୬ଟା ବେଳେ ସେ ଡ୍ରାଇଭର ସଂଗେ ଆସି ଆପାର୍ଟମେଣ୍ଟରେ ପହଂଚିଥିଲେ | ଆପାର୍ଟମେଣ୍ଟର ୧୫ ମହଲାରେ ଜଣେ ଅଧିକାରୀଙ୍କ ସହ ସାକ୍ଷାତ କରିବା ପରେ ସେ ଡେଇଁ ଦେଇଥିଲେ | ସେ ଡେଇଁବା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ସେଠାକାର ଲୋକଙ୍କ କହିବାନୁଯାୟୀ ସ୍ନିଗ୍ଧା ଅଧିକାଂଶ ସମୟରେ ଜଣେ ଅଧିକାରୀଙ୍କୁ ଦେଖା କରିବାକୁ ସେଠାକୁ ଆସିଥାନ୍ତି |


ପୋଲିସ ଘଟଣାତ ତଦନ୍ତ କରୁଛି | ତେବେ ଏହା ଏକ ହାଇ ପ୍ରୋଫାଇଲ କେଶ ହୋଇଥିବାରୁ ପୋଲିସ କୌଣସି ତଥ୍ୟ ପ୍ରକାଶ କରୁନାହିଁ | ତେବେ ବିବାହର ଦିନେ ପୂର୍ବରୁ ଆତ୍ମହତ୍ୟା କରିଥିବାରୁ ଏହା ପ୍ରେମ ସମ୍ପର୍କିତ ହୋଇଥିବା ଆଶଙ୍କା କରାଯାଉଛି | ତେବେ ଛାତ ଉପରୁ ଏକ ମୋବାଇଲ ଫୋନ ଜବତ କରିଛି ପୋଲିସ | ଘରଲୋକଙ୍କୁ ପଚରାଉଚୁରା କରୁଛି ପୋଲିସ |

   Related Posts