ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ

Published By : Prameya-News7 Bureau | July 21, 2020 IST

ଭୁବନେଶ୍ବର ୨୧।୭: ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

୧୯୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ସେ ଓଡ଼ିଶା ଜୁଡୋ ଆସୋସିଏସନର ସଭାପତି ମଧ୍ୟ ଥିଲେ । ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.