ଧାରଣାରେ ବସିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

Published By : Prameya-News7 Bureau | July 18, 2019 IST

ବ୍ରହ୍ମପୁର ୧୮|୭: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ସମାସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ଫଳ ଘର ଶୂନ । ବାଧ୍ୟ ହୋଇ ବୟସର ଅପରାହ୍ନରେ ଏହି ଅବସରପ୍ରାପ୍ତ କର୍ମଚାରୀ ବିଶ୍ବବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । 

{"id":135043}

ଅବସରପ୍ରାପ୍ତ କର୍ମଚାରୀ ସଂଘର ଆନ୍ଦୋଳନ । ହକ୍ ପାଇଁ ବୟସର ଅପରାହ୍ନରେ ଏମାନେ କରୁଛନ୍ତି ଆନ୍ଦୋଳନ। ପିଛିଲା ଦିନର ବକେୟା ଅର୍ଥକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ପ୍ରଦାନ କରିବା, ପରିବର୍ତ୍ତିତ ଲିଭ୍ ଏନ୍‌କ୍ୟାସ୍‌ମେଣ୍ଟ୍, କମ୍ୟୁଟେସନ୍  ଓ ଗ୍ରାଚ୍ୟୁଟିକୁ ତୁରନ୍ତ ପ୍ରଦାନ କରିବା ଦାବି କରିଛନ୍ତି ଆନ୍ଦୋଳନକାରୀ ।  ୨୦୧୬ ମସିହା ଜାନୁଆରୀ ୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଥିବା ପରିବର୍ତ୍ତିତ ପେନ୍‌ସନ୍ ଏବଂ ବକେୟା ପେନ୍‌ସନ୍ ତୁରନ୍ତ ପ୍ରଦାନ କରିବା, ୭ମ ବେତନ କମିଶନଙ୍କ ନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ତୁରନ୍ତ ଲାଗୁ କରିବା ପ୍ରମୁଖ ୬ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି ।  

{"id":135044}

ଅବସରପ୍ରାପ୍ତ କର୍ମଚାରୀଙ୍କ ବହୁ ସମାସ୍ୟା ରହିଛି। ସମାସ୍ୟା ପ୍ରତି ଅବଗତ ରହିଛୁ। ସମାସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ସମାସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଲୟ କୁଳସଚିବ ରଞ୍ଜନ କୁମାର ବିଶ୍ବାଳ। ୧୫୪ ଜଣଙ୍କ ବକେୟା ପେନ୍‌ସନ୍ ତାଲିକା ବ୍ୟାଙ୍କ୍‌କୁ ପଠାଇଛୁ। ଖୁବ୍ ଶୀଘ୍ର ସେମାନେ ପାଇଯିବେ ବୋଲି କହିଛନ୍ତି କୁଳସଚିବ। ଅନ୍ୟାନ୍ୟ ଯେଉଁସବୁ ଦାବୀ ରହିଛି ସେସବୁର ମଧ୍ୟ ସମାଧାନ ଦିଗରେ ପ୍ରୟାସ କରାଯାଉଛି ବେଲି କୁଳସଚିବ କହିଛନ୍ତି।

{"id":135045}

ହକ୍ ହାସଲ ପାଇଁ ପରିଣତ ବୟସରେ ଆନ୍ଦୋଳନ କରୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ। ତେବେ ସମାସ୍ୟାର ସମାଧାନ ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ଏବେ ଅପେକ୍ଷା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.