୭୯ବର୍ଷରେ ମାଟ୍ରିକ୍ ପାସ୍, ଚାକିରୀ ସରିବା ପରେ ବି କାହିଁକି ଜିଦ୍‌ରେ ଥିଲେ ସୁବେଦାର ମେଜର

Published By : Prameya-News7 Bureau | December 20, 2019 IST

ଡେରାଡୁନ ୨୦।୧୨: ପଢିବାର ଇଚ୍ଛାଶକ୍ତି ଆଗରେ ବୟସ ବି ହାର୍ ମାନିଥାଏ । ପରିଣତ ବୟସରେ ବି ଜଣେ ପାଠ ପଢି ପରୀକ୍ଷାରେ ପାସ୍ କରିପାରିବ ଏଥିରେ କିଛି ସନ୍ଦେହନାହିଁ । ଏମିତ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଉଧମ ସିଂହ ନଗର ଅଞ୍ଚଳରେ ।

ଉତ୍ତରାଖଣ୍ଡର ଉଧମ ସିଂହ ନଗର ଅନ୍ତର୍ଗତ ଖାତିମା ଅଞ୍ଚଳରେ ରହୁଛନ୍ତି ଧାନୀ ରାମ ସିଆରପିଏଫରେ କାର୍ଯ୍ୟରତ ଥିଲେ । ୭୯ ବର୍ଷ ବୟସରେ ଧାନୀ ରାମ ସିଆରପିଏଫ ସୁବେଦାର ମେଜର ପଦରୁ ଅବସର ନେଇଥିଲେ । ଏହି ବୟସରେ ଧାନୀ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାସ୍ କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ପରୀକ୍ଷାରେ ୬୦ପ୍ରତିଶତ ମାର୍କ ରଖିଛନ୍ତି । ଚାକିରୀରୁ ଅବସର ନେବା ପରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ ନକରିବାରୁ ତାଙ୍କର ଚାକିରୀରେ ପଦୋନ୍ନତି ହୋଇପାରିନଥିଲା । ଫଳରେ ଏହା ତାଙ୍କୁ ବହୁତ ବ୍ୟଥିତ କରିଥିଲା । ତେଣୁ ସେ ଚାକିରୀରୁ ଅବସର ନେବା ପରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସିଆରପିଏଫରେ ଜଣେ ସୁବେଦାର ମେଜର ଭାବେ କାର୍ଯ୍ୟରତ ଥିବା ଧାନୀଙ୍କର ସହକାରୀ କମାଣ୍ଡାଣ୍ଟ ପଦଦୀକୁ ପଦୋନ୍ନତି ହେବାର ଥିଲା । ମାତ୍ର ସେ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିନଥିବାରୁ ତାଙ୍କର ପଦୋନ୍ନତି ହୋଇପାରିନଥିଲା । ଚାକିରୀରୁ ଅବସର ନେବା ପରେ ମଧ୍ୟ ତାଙ୍କ ମନରେ ଏହି ଦୁଃଖ ରହିଯାଇଥିଲା । ଯାହା ତାଙ୍କୁ ସବୁ ସମୟରେ ବ୍ୟଥିତ କରୁଥିଲା । ଫଳରେ ସେ ହାଇସ୍କୁଲ ପରୀକ୍ଷା ଦେବା ଲାଗି ନିଷ୍ପତ୍ତି ନେଇଥିଲେ ।

ଯେଉଁ ବୟସରେ ଜଣେ ବ୍ୟକ୍ତିଙ୍କୁ ନିଜର ଦୈନନ୍ଦିନ କାମ କରିବାରେ ସମସ୍ୟା ହୋଇଥାଏ ସେହି ବୟସରେ ଧାନୀ ରାମ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପାସ୍ ହୋଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.