Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜେଲରେ ଅବସରପ୍ରାପ୍ତ ଯବାନଙ୍କ ଆତ୍ମହତ୍ୟା: ବୋହୁର ଅନୈତିକ ସମ୍ପର୍କକୁ ନେଇ ୪ ଜଣଙ୍କୁ କରିଥିଲେ ହତ୍ୟା

5/10/2021 at 4:27 PM

ଗୁରୁଗ୍ରାମ ୦୫/୧୦ : ହରିୟାଣା ଗୁରୁଗ୍ରାମରେ ଜଣେ ଅବସରପ୍ରାପ୍ତ ସେନା ଯବାନ ଆତ୍ମହତ୍ୟା କରିଛନ୍ତି। ଅବସରପ୍ରାପ୍ତ ଯବାନ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିଜ ବୋହୂ, ଜଣେ ଭଡାଟିଆ, ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ଯବାନଙ୍କୁ ସନ୍ଦେହ ଥିଲା ଯେ ତାଙ୍କ ବୋହୁର ଭଡାଟିଆ ସହ ଅନୈତିକ ସମ୍ପର୍କ ଥିଲା। ମଙ୍ଗଳବାର ଅଭିଯୁକ୍ତ ଯବାନ ଭୋଣ୍ଡସି ଜେଲରେ ଆତ୍ମହତ୍ୟା କରିଛନ୍ତି। ଏଠାରେ ଏସଏଚଓ ଜଗବୀର ସିଂ କହିଛନ୍ତି ଯେ ଏହି ମାମଲାରେ ମାଜିଷ୍ଟ୍ରେଟ ତଦନ୍ତ କରାଯିବ।

ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ରାଓ ରାୟ ସିଂହ। ଗତ ୪୫ ଦିନ ହେଲା ସେ ଭୋଣ୍ଡସି ଜେଲରେ ଥିଲେ। ମଙ୍ଗଳବାର ସକାଳେ ସେ ବାଥରୁମରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କଏଦୀଙ୍କୁ ଗଣିଲାବେଳେ ପ୍ରହରୀଙ୍କୁ ଯେତେବେଳେ ରାଓ ରାୟ ସିଂହଙ୍କ ସମ୍ପର୍କରେ କିଛି ସୂଚନା ମିଳିନଥିଲେ ସେମାନେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କୁ ରାଓ ରାୟଙ୍କ ଶବ ମିଳିଥିଲା।

ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ରାଓ ରାୟ ସିଂହ ନିଜ ଭଡାଟିଆଙ୍କର ୩ ସଦସ୍ୟଙ୍କୁ ହତ୍ୟା କରିଦେଇଥିଲେ। ତାପରେ ସେ ନିଜ ବୋହୁକୁ ମଧ୍ୟ ହତ୍ୟା କରିଥିଲେ। ତାଙ୍କର ୩୨ ବର୍ଷୀୟ ବୋହୁ ସୁନିତାଙ୍କର ୪୨ ବର୍ଷୀୟ ଭଡାଟିଆ କୃଷ୍ଣା ତିୱାରୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲେ। ଏହି ସନ୍ଦେହ ଆଧାରରେ ସେ କୃଷ୍ଣା, ତାଙ୍କ ପତ୍ନୀ ଓ ତାଙ୍କର ଦୁଇ ଝିଅଙ୍କୁ ହମଲା କରିଥିଲେ। ହମଲାରେ ୯ ବର୍ଷ ଝିଅ ସୁରଭିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ୩ ବର୍ଷର ଝିଅ ବିଧିକୁ ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଧି ବର୍ତ୍ତମାନ ଦିଲ୍ଲୀରେ ନିଜ ସମ୍ପର୍କୀୟଙ୍କ ସହ ରହୁଛନ୍ତି। ମାମଲାରେ ପୋଲିସ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଥିଲା।

   Related Posts