Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମୋହିନ୍ଦର ସିଂହଙ୍କୁ ସଲାମ କରୁଛି ସାରା ଦେଶ : ଅବସରପ୍ରାପ୍ତ ସେନା ଅଧିକାରୀ କରୋନା ପାଇଁ ଦାନ କଲେ ନିଜର ସମସ୍ତ ଜମାପୁଞ୍ଜି

10/04/2020 at 1:16 PM

ମିରଠ ୧୦/୪: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ସେନାରୁ ଅବସର ନେଇଥିବା ଜୁନିୟର କମିଶନ ଅଫିସର ମୋହିନ୍ଦର ସିଂହ ଗ୍ରାଚ୍ୟୁଇଟି,ପେନସନ ଏବଂ ନିଜ ଆୟ ଟଙ୍କା ଯୋଡ଼ି ୧୫.୧୧ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ କରିଛନ୍ତି। ସେ କହିଛନ୍ତି ଯେ- ତାଙ୍କୁ ଯାହା ବି କିଛି ମିଳିଛି,ଏହି ଦେଶଠୁ ମିଳିଛି। ଏବେ ଆବଶ୍ୟକ ପଡ଼ିବାରୁ ସେ ଦେଶ ଟଙ୍କା ଫେରାଉଛନ୍ତି।

୧୯୭୧ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ନିଜର ଗୋଟିଏ ଆଖି ହରାଇଥିବା ଏହି ସହୃଦୟ ଅଫିସର ତାଙ୍କ ପତ୍ନୀ ସୁମନ ଚୌଧୁରୀଙ୍କ ସହ ଗୁରୁବାର ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ୍ ପହଞ୍ଚିଥିଲେ ଏବଂ ମ୍ୟାନେଜରଙ୍କୁ ଚେକ୍ ଦେଇଥିଲେ। ସେ ମଧ୍ୟ କହିଥିଲେ- ତାଙ୍କୁ ଏବେ ୮୫ବର୍ଷ। ସେ ଟଙ୍କା ନେଇ କେଉଁଠି ଯିବେ। ଲୋକଙ୍କ ମଙ୍ଗଳରେ ଗଲେ ସେ ଖୁସି ହେବେ। ଦମ୍ପତି କହିଥିଲେ ଯେ ତାଙ୍କର ଦୁଇ ପୁଅ ଏବଂ ଜଣେ ଝିଅ ବିଦେଶରେ ରହୁଥିବାବେଳେ ଜଣେ ଝିଅ ଦିଲ୍ଲୀରେ ଅଛନ୍ତି।

   Related Posts