ଆଖିବୁଜିଲେ ସିଆଚିନ୍‌ ହିରୋ , ଅପରେସନ ମେଘଦୂତର ନେତୃତ୍ବ ନେଇ ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଉଡାଇଥିଲେ ତ୍ରିରଙ୍ଗା

Published By : Prameya-News7 Bureau | January 07, 2020 IST

ଚଣ୍ଡିଗଡ ୦୭।୦୧:  ଆରପାରିରେ ସିଆଚିନ୍ ହିରୋ ଲେପ୍ଟନାଣ୍ଟ ଜେନେରାଲ ପି.ଏନ୍. ହୁନ। ୧୯୮୪ରେ ସେ ଅପରେସନ ମେଘଦୂତର ନେତୃତ୍ବ ନେଇ ସ୍ଥାପନ କରିଥିବା କିର୍ତ୍ତିମାନ ତାଙ୍କୁ ଅମର ରଖିବ  ।  ସୋମବାର ଦିନ ହୁନଙ୍କ ୯୧ବର୍ଷ ବୟସରେ ଚଣ୍ଡିଗଡ ସ୍ଥିତ ସେନା ମେଡିକାଲରେ ପରଲୋକ ହୋଇଛି ।  ପିଏନ୍‌ ହୁନଙ୍କ ନେତୃତ୍ବରେ ଭାରତୀୟ ସେନା ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍‌ ଉପରେ ତ୍ରିରଙ୍ଗା ଉଡାଇଥିଲେ । ୧୯୮୪ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ପିଏନ ହୁନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

{"id":208148,"sizeSlug":"large"}

୧୯୨୯ରେ ପାକିସ୍ତାନ ଏବଟାବାଦରେ ଜନ୍ମ ଗ୍ରହଣ କରିଥିଲେ ପିଏନ୍. ହୁନ । ପରେ ଦେଶ ବିଭାଜନ ହେବା ସମୟରେ ହୁନ୍‌ଙ୍କ ପରିବାର ଭାରତକୁ ଫେରିଆସିଥିଲା । ୧୯୪୭ ମସିହାରେ ସେ ସେନାବାହିନୀରେ ଯୋଗଦେଇଥିଲେ । ହୁନ୍‌ ୧୯୮୭ରେ ଓ୍ବେଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ବ ନେଇ  ସେନାରୁ ଅବସର ନେଇଥିଲା । ପରେ ୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ ।  ଜେନେରାଲ ହୁନ୍‌ ଗତ ଦୁଇ ଦିନ ହେବ ପଞ୍ଚକୁଲା ସ୍ଥିତ ସେନା ମେଡିକାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର ପରଲୋକ ଘଟିଛି ।

{"id":208149,"sizeSlug":"large"}

୧୩ ଏପ୍ରିଲ ୧୯୮୪ରେ ଭାରତୀୟ ସେନା ସିଆଚିନ୍‌କୁ ପାକିସ୍ତାନ ସେନା କବଳରୁ ମୁକ୍ତ କରିବା ପାଇଁ ଅପରେସନ ମେଘଦୂତ ଆରମ୍ଭ କରିଥିଲା । ଏହି ଅପରସେନର ସମୟରେ ଭାରତୀୟ ସେନାକୁ  ବରଫରେ ପିନ୍ଧିବାକୁ ଥିବା ପୋଷାକ ଓ ସାମଗ୍ରୀ ୧୨ଏପ୍ରିଲ୍‌ରେ ମିଳିଥିଲା । ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବା ଇତିହାସରେ ପ୍ରଥମ ଘଟଣା ଥିଲା । ଭାରତୀୟ ସେନା ପକ୍ଷରୁ ଏହି ଅପରେସନର ନାମ ମେଘଦୂତ ରଖାଯାଇଥିଲା ।

{"id":208150,"sizeSlug":"large"}

ଏଥିରେ ଭାରତୀୟ ସେନା ସାମରିକ ରଣନୀତିର ଏକ ବୃହତ  ବିଜୟ ଥିଲା । ଭୌଗଳିକ ଦୃଷ୍ଟିରୁ ଭାରତ ପଟେ ଥିବା ସିଆଚିନରେ ଚଢିବା ବହୁ କଷ୍ଟକର । କାରଣ ଏହା ଶୃଙ୍ଗ ପୂର ସିଧା ହୋଇ ରହିଥାଏ  ଓ ଉଚ୍ଚତା ମଧ୍ୟ ଅଧିକ । କିନ୍ତୁ ସେପଟେ ପାକିସ୍ତାନ ପଟକୁ ଥିବା ସିଆଚିନ୍‌ର ଉଚ୍ଚତା କମ୍‌ ରହିଥିଲା । ତେଣୁ ମେଘଦୂତ ଅପରେସନ ସମୟରେ ଭାରତୀୟ ସେନାକୁ ବହୁ କଷ୍ଟର ସାମ୍ନା କରିବାକୁ ପଡିଥିଲା । ବିଶ୍ବରେ ଏହି ପରି ଉଚ୍ଚତା ଉପରେ ଲଢାଯାଇଥିବା ଯୁଦ୍ଧ ମଧ୍ୟରେ ଅପରେସନ ମେଘଦୂତ ଅନ୍ୟତମ । ଅପରେସନ ମେଘଦୂତରେ ଭାରତୀୟ ସେନା ମାଇନସ୍ ୬୦ରୁ ୭୦ ଡିଗ୍ରୀ ତାପମାତ୍ରାରେ ଯୁଦ୍ଧ ଲଢି ବିଜୟୀ ହାସଲ କରିଥିଲା । ପାକିସ୍ତାନ ପାଇଁ ଏକ ଲଜ୍ଜାଜନକ ଘଟଣା ଥିଲା ।

{"id":208151,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.