Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଯୋଗୀଙ୍କୁ ଅବସରପ୍ରାପ୍ତ IAS ଓ IPS ଅଫିସରଙ୍କ ଖୋଲା ଚିଠି,ସରକାର ଓ ପ୍ରଶାସନ ଉପରେ ଲଗାଇଲେ ପ୍ରଶ୍ନ ଚିହ୍ନ

5/10/2020 at 10:21 PM

ନୂଆଦିଲ୍ଲୀ ୫।୧୦: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟରେ ବିଜେପି ନେତୃତ୍ୱଧୀନ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ସାଙ୍ଗକୁ ପୋଲିସ ଏବଂ ପ୍ରଶାସନ ଏବେ ପ୍ରଶ୍ନରେ ଘେରିଯାଇଛି। ସମ୍ପୂର୍ଣ୍ଣ ପ୍ରକରଣରେ ୟୁପି ପୋଲିସର ଅମାନବୀୟ ଚେହେରାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଏହିକ୍ରମରେ ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ରାଜ୍ୟରୁ ୯୨ ଜଣ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ ଅଫିସର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଯେଉଁଥିରେ ସେମାନେ ପୋଲିସ, ପ୍ରଶାସନ ସମେତ ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ପତ୍ରରେ ଅବସରପ୍ରାପ୍ତ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ‘ଆମେ ଭାବିଥିଲୁ ଏବେ ଆମ ବିବେକ ଓ ଆତ୍ମକୁ କେହି ଦୋହଲାଇ ପାରିବେନି। ହେଲେ ଏତିକି ବେଳେ ଆପଣଙ୍କ ପ୍ରଶାସନ ହାଥରସ କାଣ୍ଡରେ ଯେଉଁ କାର୍ଯ୍ୟାନୁଷ୍ଠାନ କରିଛି ତାହା ସାମ୍ନାକୁ ଆସିଛି।  ସମ୍ପୂର୍ଣ୍ଣ ଘଟଣାକ୍ରମକୁ ଦେଖିଲେ ଆମ ଦେଶର ପ୍ରଶାସନ କେତେ ପର୍ଯ୍ୟନ୍ତ ନୃଶଂସ ଓ ପଙ୍କିଳତାରେ ଭରି ଯାଇଛି ତାହା ସ୍ପଷ୍ଟ ବାରିହୋଇପଡୁଛି ‘।

ପତ୍ରରେ ଅଧିକାରୀମାନେ ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ପରିସ୍ଥିତି ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି ଓ ଗୁରୁତର ପୀଡିତାଙ୍କ ପ୍ରତି ହୋଇଥିବା ଅବହେଳାକୁ ମଧ୍ୟ ଦର୍ଶାଇଛନ୍ତି। ସେମାନେ ଲେଖିଛନ୍ତି ଯେ ପୀଡ଼ିତାଙ୍କ ଗଳାରେ ଗଭୀର କ୍ଷତ ଥିଲା, ତାଙ୍କ ମେରୁଦଣ୍ଡ ହାଡ ଭାଙ୍ଗିଦିଆଯାଇଥିଲା, ତାଙ୍କ ଜୀଭ ମଧ୍ୟ କଟା ଯାଇଥିଲା। ତାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରିବା ବଦଳେ ଆଲିଗଡ ଜେ.ଏନ.ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ଲାଗି ଆବଶ୍ୟକ ସଂଶାଧନ ମଧ୍ୟ ନଥିଲା।

ଘଟଣାର ୨ ସପ୍ତାହ ପରେ ପୀଡ଼ିତାଙ୍କ ପରିବାରର ନିବେଦନରେ ତାଙ୍କୁ ଦିଲ୍ଲୀ ରେଫର କରାଯାଇଥିଲା ଓ ପୀଡ଼ିତା ତାର ଶେଷ ବୟାନରେ ତା ପ୍ରତି ଦୁଷ୍କର୍ମ ହୋଇଥିବାର କହୁଥିଲେ ବି ଘଟଣାର ୩ ସପ୍ତାହ ପରେ ମଧ୍ୟ ପୋଲିସ ଦୁଷ୍କର୍ମ ଘଟଣାର ପୁଷ୍ଟି କରିପାରୁନି। ଅନ୍ୟ ପକ୍ଷରେ ପୋଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ବଦଳେ ଗଣ ମାଧ୍ୟମ ଆଗରେ ମନଗଢା କାହାଣୀ ଶୁଣାଇବାରେ ବ୍ୟସ୍ତ। ଯାହା ସରକାରଙ୍କ ଅସହାୟତାର ସବୁଠୁ ବଡ଼ ପ୍ରମାଣ ବୋଲି ଜଳଜ| ଦିଶୁଥିବା ଅଫିସରମାନେ ଲେଖିଛନ୍ତି। 

   Related Posts