Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସରକାରଙ୍କ ମହଙ୍ଗାଭତ୍ତା କାଟ୍ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ଗଲେ ଅବସରପ୍ରାପ୍ତ ସେନା ଅଧିକାରୀ

25/04/2020 at 3:39 PM

ନୂଆଦିଲ୍ଲୀ ୨୫।୪: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ରୁ ମହଙ୍ଗାଭତ୍ତା (ଡିଏ) କାଟ୍ ଲାଗି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଭାରତୀୟ ସେନାର ଜନୈକ ପୂର୍ବତନ କର୍ମଚାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତିକୁ ତ୍ରୁଟିପୁର୍ଣ୍ଣ ଦର୍ଶାଇ କର୍ମଚାରୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିବା ବେଳେ ଏହା ଉପରେ ତୁରନ୍ତ ରହିତାଦେଶ ଜାରି ଲାଗି ନିବେଦନ କରିଛନ୍ତି।

କରୋନା ସଂକ୍ରମଣର ମୁକାବିଲା ଲାଗି କେନ୍ଦ୍ର ସରକାର ତାଙ୍କର ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ମହଙ୍ଗା ଭତ୍ତା ବର୍ଷକ ଲାଗି କାଟ କରିଛନ୍ତି। ଫଳରେ ୩୦ ଜୁନ ୨୦୧୯ରୁ ପ୍ରଦାନ କରାଯିବାକୁ ଥିବା ଡିଏ ଏବେ ଅଟକି ଯାଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ହୁଏତ ବିଭିନ୍ନ ରାଜ୍ୟ ସରକାର ଲାଗୁ କରିପାରନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯଦି ଏହି ନିଷ୍ପତ୍ତିର ପାଳନ କରନ୍ତି ତେବେ ବାର୍ଷିକ ୧.୨୦ ଲକ୍ଷ କୋଟି ଟଙ୍କା ସ଼ଞ୍ଚୟ କରାଯାଇପାରିବ ଓ ଏଥିରେ ଦେଶ କରୋନା ମହାମାରୀର ମୁକାବିଲା ଲାଗି ସମର୍ଥ ହୋଇପାରିବ ବୋଲି କୁହାଯାଇଛି।

ଅର୍ଥମନ୍ତ୍ରାଳୟଙ୍କ ବ୍ୟୟ ବିଭାଗ ଜ୍ଞାପନରେ କୋଭିଡ-୧୯ ଯୋଗୁ ଉପୁଜିଥିବା ସଂକଟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଫଳରେ ୧ ଜାନୁୟାରୀରୁ କର୍ମଚାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ଓ ପେନସନରଙ୍କୁ ମିଳିବାକୁ ଥିବା ଡିୟରନେସ୍ ଆଲାଉନ୍ସ ଏବେ ପୈଠ କରାଯିବ ନାହିଁ ବୋଲି ବିଭାଗ ଜଣାଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ପ୍ରଥମରୁ ବିରୋଧ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏପରି ସମୟରେ କର୍ମଚାରୀ ଓ ସେନା ଲାଗି କୌଣସି ପ୍ରକାର ସମସ୍ୟା କରାଯିବା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି।

ସେହିପରି ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ସରକାର ନିବେଶ ହ୍ରାସ କରିବା ବଦଳେ ମଧ୍ୟମବର୍ଗୀୟଙ୍କ ଉପରେ ହାତୁଡି ମାରୁଥିବା କହିଛନ୍ତି। ସରକାର କର୍ମଚାରୀଙ୍କ ବେତନ କାଟିବା ବଦଳେ ସରକାର ପ୍ରଥମେ ଅନାବଶ୍ୟକ ଖର୍ଚ୍ଚ ଓ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ରୋକନ୍ତୁ ବୋଲି ଦାବି କରିଛନ୍ତି। ଏ ବାବଦରେ ବ୍ୟୟ ହେବାକୁ ଥିବା ଅର୍ଥ କରୋନା ମୁକାବିଲା ଲାଗି ଯଥେଷ୍ଟ ହେବ ବୋଲି ରାହୁଲ କହିଥିଲେ।

   Related Posts