୩ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ପିତି, ପଜିଟିଭରୁ ନେଗେଟିଭ ହେଲା IIP ଅଭିବୃଦ୍ଧି

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨।୩: ମହଙ୍ଗା ପ୍ରସଙ୍ଗରେ ସାଧାରଣ ଜନତାଙ୍କ ଲାଗି ଜରୁରି ଖବର। ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପିତି ହାର ୧ ପ୍ରତିଶତ ବଢିଛି। ସରକାରୀ ତଥ୍ୟ ଅନୁସାରେ ଗତ ଜାନୁୟାରୀରେ ମୁଦ୍ରାସ୍ପିତି ହାର ୪.୦୬ପ୍ରତିଶତ ଥିଲା। ତେବେ ଫେବୃଆରୀ ବେଳକୁ ଏହି ହାର ୫.୦୩ ପ୍ରତିଶତକୁ ପହଞ୍ଚିଛି। ଫଳରେ ଖୁଚୁରା ମୁଦ୍ରାସ୍ପିତି ହାର ୩ ମାସର ସର୍ବୋଚ୍ଚ ସ୍ଥିତିକୁ ପହଞ୍ଚିଛି।

{"id":421911,"sizeSlug":"large","linkDestination":"none"}

ସେପଟେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଅଭିବୃଦ୍ଧି ୧.୬ ପ୍ରତିଶତରୁ ହ୍ରାସ ହୋଇ ବିଯୁକ୍ତ ୧.୬ପ୍ରତିଶତ ହୋଇଯାଇଛି। ଫେବୃଆରୀର ଏପରି ପରିସ୍ଥିତି ଏବେ ସାଧାରଣ ଲୋକଙ୍କ ବଜେଟ୍‌କୁ ପ୍ରଭାବିତ କରୁଛି। ଦର ବୃଦ୍ଧିରେ ଲୋକେ ଏବେ ବେହାଲ ହୋଇଛନ୍ତି। ଏଥିରେ ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଏବେ ଚିନ୍ତାଜନକ ହୋଇଛି।

{"id":421912,"sizeSlug":"large","linkDestination":"none"}

ଏହି ବୃଦ୍ଧିରେ ଖାଦ୍ୟ ମୁଦ୍ରାସ୍ପିତି ହାର ୧.୮୯ରୁ ବଢି ୩.୮୭ ପ୍ରତିଶତ ହୋଇଯାଇଛି। ସେହିପରି ପନିପରିବା ମୁଦ୍ରାସ୍ପିତି ବିଯୁକ୍ତ ୧୫.୮୪ ପ୍ରତିଶତରୁ ବୃଦ୍ଧି ହୋଇ ବିଯୁକ୍ତ ୬.୨୭ ପ୍ରତିଶତକୁ ପହଞ୍ଚିଯାଇଛି। ସେପଟେ ବସ୍ତ୍ର ଓ ଜୋତା ଚପଲ ମୁଦ୍ରାସ୍ପିତି ୩.୮୨ ପ୍ରତିଶତରୁ ୪.୨୧ ପ୍ରତିଶତକୁ ବୃଦ୍ଧି ହୋଇଥିବା ତଥ୍ୟରୁ ଜଣାପଡିଛି।

{"id":421914,"width":576,"height":320,"sizeSlug":"large","linkDestination":"none"}

ନେଗେଟିଭ ଜୋନକୁ ଆସିଛି ଔଦ୍ୟୋଗିକ ଅଭିବୃଦ୍ଧି
ଗୋଟିଏ ପଟେ ଉଚ୍ଚ ମୁଦ୍ରାସ୍ପିତି ତ ଅନ୍ୟପଟେ ଶିଳ୍ପ ଉତ୍ପାଦନ ହ୍ରାସ ଅର୍ଥ ବ୍ୟବସ୍ଥା ଉପରେ ଦୋହରା ମାଡ କରିଛି। କରୋନା ଭାଇରସ ମହାମାରୀ ଜନିତ ଲକଡାଉନ ଓ ଅନ୍ୟ ପରିସ୍ଥିତିରୁ ବାହାରକୁ ଆସି ଦେଶର ଉଦ୍ୟୋଗ ଉତ୍ପାଦନ ୧.୬ ପ୍ରତିଶତ ପ୍ରର୍ଯ୍ୟନ୍ତ ଅଭିବୃଦ୍ଧି ହାସଲ କରିଥିଲା। ଯାହା କରୋନାରୁ ମୁକୁଳିବା ପରେ ଏକ ଶୁଭ ସଂକେତ ବିଚାର କରାଯାଉଥିଲା। ହେଲେ ବର୍ଦ୍ଧିତ ମୁଦ୍ରାସ୍ପିତି ପରିସ୍ଥିତିରେ ପରିବର୍ତ୍ତନ ଆଣିଛି। ଶିଳ୍ପ ଉତ୍ପାଦନ ବିଯୁକ୍ତ ୧.୬ ପ୍ରତିଶତ ହୋଇଯାଇଛି।

{"id":421915,"width":579,"height":326,"sizeSlug":"large","linkDestination":"none"}

ତେବେ ମାନ୍ଦାବସ୍ଥାରୁ ମୁକୁଳିଯାଇଛି ଅର୍ଥନୀତି
କରୋନା ଲକଡାଉନ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାରେ ଦେଖା ଦେଇଥିବା ମାନ୍ଦାବସ୍ଥାରୁ ଦେଶ ବୈଷୟିକ ମୁକ୍ତ ହୋଇଥିବା ଜଣାପଡିଛି। ୨୦୨୦-୨୧ ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ପଜିଟିଭ ଥିବା ଦେଖାଯାଇଛି। ପରିସଂଖ୍ୟାନ ମନ୍ତ୍ରାଳୟଙ୍କ ତାଜା ତଥ୍ୟ ଅନୁସାରେ ଏହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୦.୪ ପ୍ରତିଶତରେ ରହିଛି। ତେବେ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ଲାଗି ଏହି ଅଭିବୃଦ୍ଧି ବିଯୁକ୍ତ ୮ପ୍ରତିଶତରେ ରହିବ ବୋଲି ଆକଳନ କରାଯାଉଛି। ଯଦିଓ ଅର୍ଥନୀତି ପରିସ୍ଥିତି ମୁକ୍ତ ହୋଇଛି ତେବେ ସ୍ୱଭାବିକ ହେବାରେ କିଛି ସମୟ ଲାଗିବ ବୋଲି ଆକଳନ କରାଯାଉଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.