ରେସ୍‌କ୍ୟୁ ଅପରେସନ୍ ସଫଳ : ୩ ଘଣ୍ଟା ପରେ ୩ ମହଲା ଛାତ ଉପରେ ଚଢିଥିବା ଯୁବକ ହେଲେ ଉଦ୍ଧାର

Published By : Prameya-News7 Bureau | November 22, 2019 IST

ଭୁବନେଶ୍ବର ୨୨।୧୧: ଉତ୍କଳ ବିଶ୍ବବିଦ୍ୟାଳୟର ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତିନି ଘଣ୍ଟାରୁ ଅଧିକ ସମୟର ରେସ୍କୁ ଅପରେସନ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁବୋଧ ବାରିକ ବୋଲି ଜଣାପଡିଛି ।

{"id":188086,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବାଣୀବିହାର ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଜଣେ ଯୁବକ ଚଢିଯାଇଥିଲେ । ତିନିମହଲା ଉପରୁ  ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । କୌଣସି ଅଘଟଣକୁ ଆଶଙ୍କା କରି ଅଗ୍ନିଶମ ବାହିନୀ ବିଲ୍ଡିଂ ଚାରିପଟେ ଜାଲ ମଧ୍ୟ ବିଛାଇଥିଲେ ।

{"id":188087,"sizeSlug":"large"}

ଉଦ୍ଧାରକୀର ଟିମ୍ ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ସମୟରେ ଯୁବକ ଜଣଙ୍କ ଛାତ ଉପରୁ ଡେଇଁପଡିବାର ଧମକ ଦେଉଥିଲେ । ଶେଷରେ ତିନି ଘଣ୍ଟାର ଅପରେସନ ସଫଳ କରିଛି ଅଗ୍ନିଶମ ବାହିନୀ । ତିନି ମହଲା ଛାତ ଉପରେ ଫସି ରହିଥିବା ସୁବୋଧ ବାରିକ ନାମକ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.