ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଗଲେ ଯୁବକ: ଉଦ୍ଧାର କରିବା ପାଇଁ ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ

Published By : Prameya-News7 Bureau | November 22, 2019 IST

ଭୁବନେଶ୍ବର ୨୨।୧୧: ବାଣୀବିହାର ମୁଖ୍ୟ ବିଲ୍ଡିଂର ତିନି ମହଲା ଉପରକୁ ଜଣେ ଯୁବକ ଚଢିବା ଘଟଣା।  ଅଗ୍ନିଶମ ବାହିନୀ ପକ୍ଷରୁ ଯୁବକଙ୍କୁ  ଉଦ୍ଧାର ପାଇଁ ଉଦ୍ୟମ ଜାରି । ଯୁବକ ଜଣଙ୍କ ବିଶ୍ବବିଦ୍ୟାଳୟର ଛାତ୍ର କି ନୁହେଁ ତାହା ଜଣାପଡିନାହିଁ ।

{"id":188058,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବାଣୀବିହାର ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଜଣେ ଯୁବକ ଚଢିଯାଇଥିଲେ । ତିନିମହଲା ଉପରୁ  ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ରେସକ୍ୟୁ ଅପରେସନ ଆରମ୍ଭ କରିଛି ।ଉଦ୍ଧାରକୀର ଟିମ୍ ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ସମୟରେ ଯୁବକ ଜଣଙ୍କ ଛାତ ଉପରୁ ଡେଇଁପଡିବା ପାଇଁ ଧମକ ଦେଉଥିବାର ଦେଖିବାକୁ ମିଳିଛି । କୌଣସି ଅଘଟଣକୁ ଆଶଙ୍କା କରି ଅଗ୍ନିଶମ ବାହିନୀ ବିଲ୍ଡିଂ ଚାରିପଟେ ଜାଲ ବିଛାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.