ଆଜିଠୁ ଆସିବ ନ୍ୟୁଜ୍ ସେଭେନ୍ ‘ଭୋଟ୍ ଓଡ଼ିଶା’ର ଫଳାଫଳ, ୩ ଦିନ ଚାଲିବ କାର୍ଯ୍ୟକ୍ରମ

Published By : Prameya-News7 Bureau | March 02, 2019 IST

ଭୁବନେଶ୍ବର ୨|୩ : ଆଜି ବାହାରିବ ଫଳାଫଳ । ୨୦୧୯ ନିର୍ବାଚନ ପୂର୍ବରୁ ଭୋଟ୍ ଓଡ଼ିଶା ମାଧ୍ୟମରେ ରାଜ୍ୟର ଭୋଟରଙ୍କ ମୁଡ୍ ଜାଣିବାକୁ ନ୍ୟୁଜ୍ ସେଭେନ୍ କରିଥିବା ପ୍ରୟାସର ଆଜି ବାହାରିବ ରେଜଲ୍ଟ । ଟେଲିଭିଜନ୍ ଇତିହାସର ସବୁଠାରୁ ବଡ ଜନମତ ସର୍ଭେର ଆସିବ ଫଳାଫଳ । ନ୍ୟୁଜ୍ ସେଭେନ୍ ପକ୍ଷରୁ ଭୋଟ୍ ଓଡ଼ିଶା ମାଧ୍ୟମରେ କରାଯାଇଥିବା ଭୋଟିଂର ଫଳାଫଳ ପ୍ରକାଶ ପାଇବ ।

୧୪୭ ନିର୍ବାଚନ ମଣ୍ଡଳୀର ୩ଟି ପର୍ଯ୍ୟାୟରେ ଏହି ଫଳାଫଳ ପ୍ରକାଶ ପାଇବ । ୨, ୩ ଓ ୪ ଏହି ୩ ଦିନ ସଧ୍ୟା ୫ଟାରୁ ଏହି ଫଳାଫଳ ପ୍ରକାଶ ପାଇବ । ପ୍ରଥମ ଦିନରେ ୪୯ ଟି ନିର୍ବାଚନ ମଣ୍ଡଳୀର ଫଳ ଆସିବ । ଆଶାୟୀ ଦୌଡରେ କିଏ ଆଗରେ ଓ କିଏ ପଛରେ ରହିବ ଏବଂ କିଏ ଟିକେଟ୍ ପାଇବ, କାହା ପଛରେ ଅଛି ସମର୍ଥନ, ତାର ରାୟ ଶୁଣାଇ ସାରିଛନ୍ତି ଜନତା ।

ତେବେ କେଉଁ ପୁରୁଣା ମୁହଁକୁ ଲୋକେ ପୁଣିଥିରେ ଦେଖିବାକୁ ଚାହୁଁଛନ୍ତି ଆଉ କେଉଁ ନୂଆ ମୁହଁକୁ ସେମାନଙ୍କର ପ୍ରଥମ ପସନ୍ଦ ବାଛିଛନ୍ତି ତାର ଫଳାଫଳ ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.