ଆଉ ଦିନକ ପରେ ବାହାରିବ ରେଜଲ୍ଟ, ହେଲେ ତଥ୍ୟ କହୁଛି ଏଥର ମଇଦାନରେ ଅଛନ୍ତି ଗତଥର ଅପେକ୍ଷା ଅଧିକ ବାହୁବଳୀ ଓ ଦାଗୀ ପ୍ରାର୍ଥୀ, ଜାଣନ୍ତୁ କେଉଁ ଦଳର କେତେ

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ବିଗ୍‌ ଡାଟା ଓ ବହୁ ତଥ୍ୟର ନିର୍ବାଚନ ୨୦୧୯ । ସଂଖ୍ୟା ଗଣିତ ଅଧିକ । ସେହି ସଂଖ୍ୟା ହିସାବ, ନିର୍ବାଚନ ରାଜନୀତିରେ ଦାଗି ନେତାଙ୍କ କ୍ରମବର୍ଦ୍ଧିଷ୍ଣୁ ପତିଆରା କଥା କୁହେ । ୨୦୧୯ ନିର୍ବାଚନ ମଇଦାନରେ ଦାଗୀ ନେତାଙ୍କ ସଂଖ୍ୟା ୨୦୧୪ ତୁଳନାରେ ୪ ପ୍ରତିଶତ ବଢିଛି ।  

{"id":114327}

୨୦୧୪ ରେ  ଭୋଟ ଲଢିଥିବା  ମୋଟ୍ ୧୯ ପ୍ରତିଶତ ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ ଏଥର ସେହି ସଂଖ୍ୟା ୨୩ ପ୍ରତିଶତକୁ ବଢ଼ିଛି । ୨୦୧୪ରେ ୧୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ରହିଥିବା ବେଳେ ଏଥର ୧୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ ମାମଲା । ଆସନ୍ତୁ ଦେଖିବା କେଉଁ ଦଳରୁ  କେତେ ଅପରାଧୀକ ମାମଲା ଥିବା  ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି ।

{"id":114326}

ରାଜନୀତିରେ ବାହୁବଳୀଙ୍କ ଦବଦବା । ଧିରେଧିରେ ରାଜନୀତିରେ ବାହୁବଳୀ ଙ୍କ ଆସ୍ଥାନ ଆକାର ବଢୁଛି । କୌଣସି ଗୋଟିଏ ଦଳ ନୁହେଁ ପ୍ରାୟ ସବୁଦଳ ଅପରାଧୀ ଓ ବାହୁବଳୀ ନେତାଙ୍କୁ ଆପଣେଇଥିବାର ଦେଖିବାକୁ ମିଳିଛି ।…  ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧ ହଜାର ୨ଶହ ୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୩ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । କଂଗ୍ରେସ ୨୭ ପ୍ରତିଶତ ଏବଂ ବିଜେପି ୧୯ ପ୍ରତିଶତ ବାହୁବଳୀ ଓ ଅପରାଧୀ ନେତାଙ୍କୁ ମୈଦାନକୁ ଛାଡ଼ିଛି । ପ୍ରଥମ ପର୍ଯ୍ୟାୟରେ ୮ ସିପିଏମ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ ମାମଲା । ଏନସିପିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ବିଏସପିର ୧୯ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ଅପରାଧୀ ଆଉ ବାହୁବଳୀ ।…

{"id":114328}

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧ ହଜାର ୫ଶହ ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା । ଅପରାଧ ମାମଲା ଥିବା ୨୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ଜଣଙ୍କ ବିରୋଧରେ ୫ରୁ ଅଧିକ କ୍ରିମିନାଲ କେସ୍ । ଡିଏମକେର ୪୭ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଥିବା ବେଳେ କଂଗ୍ରେସର ୪୩ ପ୍ରତିଶତ, ବିଜେପିର ୩୧ ପ୍ରତିଶତ, ବିଏସପିର ୨୦ ପ୍ରତିଶତ, ଶିବସେନାର ୩୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍ । ଦ୍ବିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିଥିବା କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କିଙ୍କ ବିରୋଧରେ ରହିଛି ସର୍ବାଧିକ ୪୧ ଟି  ଅପରାଧିକ ମାମଲା ।

{"id":114329}

ଏଡିଆର ରିପୋର୍ଟ ଅନୁସାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢିଥିବା ମୋଟ୍ ୧ହଜାର ୬ ଶହ ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୫୭୦ ଜଣ ହେଉଛନ୍ତି ବାହୁବଳୀ । କାରଣ ସେମାନଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୧୫ ଆସନରୁ ୬୩ ଆସନ ରହିଛି ରେଡ୍ ଆଲର୍ଟରେ । ଅର୍ଥାତ ଏସବୁ ଆସନରେ ୩ରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା। କଂଗ୍ରେସର ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୦, ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣଙ୍କ ବିରୋଧରେ କ୍ରିମିନାଲ କେସ୍ ରହିଛି ।  

{"id":114330}

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଅଧିକ ଅପରାଧୀଙ୍କୁ ପ୍ରାର୍ଥୀ କରିଛି ଶିବସେନା ଏବଂ ବିଜେପି ମେଣ୍ଟ । ଏହି ମେଣ୍ଟର ୪୬ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ଅପରାଧ ଅଭିଯୁକ୍ତ । ବିଜେପି ୩୫ ପ୍ରତିଶତ ଅପରାଧୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶିବସେନା ୫୭ ପ୍ରତିଶତ ଦାଗିଙ୍କୁ ନିର୍ବାଚନକୁ ଛାଡ଼ିଛି । ସେହିପରି କଂଗ୍ରେସର ୩୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ଦାଗି । ଚତୁର୍ଥ ପର୍ଯ୍ୟାୟରେ ୭୨ ଲୋକସଭା ଆସନ ପାଇଁ ମୈଦାନକୁ ଓହ୍ଲାଇଥିବା ୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତ ଅର୍ଥାତ୍ ୨୧୦ ଜଣଙ୍କ ବିରୋଧରେ ରହିଛି ଅପରାଧ ମାମଲା । ୧୭ ପ୍ରତିଶତ ଅର୍ଥାତ୍ ୧୫୮ ଜଣଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ରହିଛି । ଏହି ପର୍ଯ୍ୟାୟରେ ନିର୍ବାଚନ ଲଢିଥିବା ୪୫ ପ୍ରତିଶତ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍।…

{"id":114331}

ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ନେତାଙ୍କ ମଧ୍ୟରୁ ସର୍ବାଧିକ ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀ ରହିଛନ୍ତି ବିଜେପିରେ । ଏହି ପର୍ଯ୍ୟାୟରେ ବିଜେପିର ୪୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍ । ସେହିପରି କଂଗ୍ରେସର ୨୭ ପ୍ରତିଶତ, ବିଏସପିର ୩୩ ପ୍ରତିଶତ, ସମାଜବାଦୀ ପାର୍ଟିର ୭୮ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ଅପରାଧ ଜଡିତ । ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ମୋଟ୍ ୬ ଶହ ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୧ ଶହ ୨୬ ଜଣ ହେଉଛନ୍ତି ଦାଗି। ୯୫ ଜଣଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧର ମାମଲା ।…

{"id":114332}

ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ନେତାଙ୍କ ମଧ୍ୟରେ ବି  ଅପରାଧ ଜଡିତ ପ୍ରାର୍ଥୀ କମ୍ ନାହାଁନ୍ତି । ୫୯ ଆସନ ପାଇଁ ନିର୍ବାଚନ ଲଢ଼ିଥିବା ୯୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ୍ ୧୮୯ ଜଣଙ୍କ ବିରୋଧରେ ରହିଛି ଅପରାଧ ମାମଲା। ଏହି ପର୍ଯ୍ୟାୟରେ ବିଜେପି ୪୮ ପ୍ରତିଶତ, କଂଗ୍ରେସ ୪୪ ପ୍ରତିଶତ ଓ ବିଏସପି ୩୧ ପ୍ରତିଶତ ଦାଗିଙ୍କୁ କରିଛି ପ୍ରାର୍ଥୀ । ସେହିପରି ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୩୦୭ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ପ୍ରତିଶତ ହେଉଛନ୍ତି ଦାଗି ।…            

{"id":114333}

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଅପରାଧୀ । ଆଉ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ ମାମଲା । ସପ୍ତମ ପର୍ଯ୍ୟାୟରେ ବାରଣାସୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଅତିକ ଅହମ୍ମଦଙ୍କ ବିରୋଧରେ ରହିଛି ସର୍ବାଧିକ ୫୯ଟି ଅପରାଧିକ ମାମଲା । ଏହି ପର୍ଯ୍ୟାୟରେ ବିଜେପିର ୪୨ ପ୍ରତିଶତ, କଂଗ୍ରେସର ୩୧ ପ୍ରତିଶତ, ଆପର ୨୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧ ମାମଲା ।…

{"id":114334}

ରାଜନୀତିରେ ଅପରାଧି ଏବଂ ଅପରାଧ  ଅଭିଯୁକ୍ତଙ୍କ ସଂଖ୍ୟାବୃଦ୍ଧି ନିଶ୍ଚିତ ଭାବେ ଗଣତନ୍ତ୍ର ଲାଗି ବିପଦ । ଆଉ ଏଥିପ୍ରତି ନେତା,  ଜନତା ଏବଂ ସରକାର ସମସ୍ତେ ସତର୍କ, ସଚେତନ ଓ ସାବଧାନ ହେବା ନିହାତି ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.