'ଓସ୍କାର ଜିତିବା ପରେ ହିନ୍ଦୀ ଫିଲ୍ମରେ କେହି ହେଲେ ମୋତେ କାମ ଦେଲେ ନାହିଁ, ମୁଁ ପୂରା ଭାଙ୍ଗି ପଡିଥିଲି'- ସାଉଣ୍ଡ ଡିଜାଇନର ରେସୁଲ

Published By : Prameya-News7 Bureau | July 27, 2020 IST

ମୁମ୍ବାଇ ୨୭।୦୭: ବଲିଉଡ ଇଣ୍ଡଷ୍ଟ୍ରୀରେ ତାଙ୍କ ବିରୋଧରେ ଏକ ଗ୍ୟାଙ୍ଗ ଲାଗିଥିବା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନଙ୍କ ସାଙ୍ଘାତିକ ଅଭିଯୋଗ ପରେ ସାଉଣ୍ଡ ଡିଜାଇନର ଏବଂ ଏଡିଟର ରେସୁଲ ପୁକୁଟ୍ଟି ମଧ୍ୟ ବଲିଉଡକୁ ନେଇ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସ୍ଲମଡଗ୍ ମିଲେନିଅର୍ସ ଫିଲ୍ମ ପାଇଁ ଓସ୍କାର ଆଓ୍ଵାର୍ଡ ଜିତିବା ପରେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀ ତାଙ୍କ ପାଇଁ ସଙ୍କୁଚିତ ହୋଇ ଯାଇଥିଲା। ଫିଲ୍ମ ଡାନି ବୟଲରେ ବେଷ୍ଟ ସାଉଣ୍ଡ ମିକ୍ସିଂ ପାଇଁ ସେ ରିଚାର୍ଡ ପ୍ରିକେ ଓ ଇଆନ ଟ୍ୟାପ୍‌ଙ୍କ ସହ ମିଳିତ ଏକାଡେମୀ ଆଓ୍ଵାର୍ଡ  ଜିତିଥିଲେ ବୋଲି ରେସୁଲ କହିଛନ୍ତି।

ଶେଖର କପୁରଙ୍କ ଟ୍ଵିଟ୍‌ର ପ୍ରତିକ୍ରିୟା ଦେଇ ରେସୁଲ କହିଛନ୍ତି, ପ୍ରିୟର ଶେଖର କପୁର ଇଣ୍ଡଷ୍ଟ୍ରୀରେ ମୁଁ ଭାଙ୍ଗି ପଡିଥିଲି। କେହି ହେଲେ ମୋତେ ହିନ୍ଦୀ ଫିଲ୍ମରେ ଏବଂ ଆଞ୍ଚଳିକ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଇନଥିଲେ। ମୁଁ ଓସ୍କାର ଜିତିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ମୋତେ ବହୁତ ହଇରାଣ କରାଯାଇଥିଲା। ପ୍ରଡକ୍ସନ ହାଉସ୍ ମୋତେ ତୁମର ଆମକୁ ଆବଶ୍ୟକତ ନାହିଁ ବୋଲି କହିଥିଲେ। ତଥାପି ମୁଁ ମୋର ଇଣ୍ଡଷ୍ଟ୍ରୀକୁ ଭଲ ପାଏ ବୋଲି ରେସୁଲ କହିଛନ୍ତି। ଉଲ୍ଲେଖନୀୟ ଫିଲ୍ମ ନିର୍ମାତ ତଥା ନିର୍ଦ୍ଦେଶକ ଶେଖର କପୁର ଟ୍ଵିଟ୍ କରି କହିଥିଲେ ରେହମାନଙ୍କ ଏହା ଭୁଲ୍ ଥିଲା ସେ ଓସ୍କାର ଜିତିଲେ।

wp:html /wp:html

ରେସୁଲ ଏହା ମଧ୍ୟ କହିଛନ୍ତି ଇଣ୍ଡଷ୍ଟ୍ରୀକୁ ମୋତେ ଶିଖାଇଛି ସ୍ଵପ୍ନ କେମିତି ଦେଖାଯାଏ। ଅନେକ ଲୋକ ମଧ୍ୟ ଥିଲେ ଯେଉଁମାନେ ମୋତେ ବିଶ୍ଵାସ କରୁଥିଲେ। ବଲିଉଡରେ ଯେମିତି ମୋତେ ହଇରାଣ କରାଗଲା, ଚାହିଁଥିଲେ ମୁଁ ସହଜରେ ହଲିଉଡକୁ ଯାଇ ପାରିଥାନ୍ତି। କିନ୍ତୁ ମୁଁ ଯିବାକୁ ଚାହିଁଲି ନାହିଁ। ଭାରତରେ କାମ କରି ମୁଁ ଓସ୍କାର  ଜିତିଛି। ମୁଁ #MPSE ଛଅ ଥର ମନୋନୀତି ହୋଇଛି ଏବଂ ପୁରସ୍କାର ମଧ୍ୟ ଜିତିଛି। ଏହା ପରେ ମୁଁ ଯାହା କଛି କରିବାର ଥିଲା ଏଠି  ହିଁ କରିଛି। ଏଠାରେ ଲୋକେ ତୁମକୁ ତଳେ ପକାଇବାକୁ ଚେଷ୍ଟା କରିଥାନ୍ତି। ତଥାପି ମୁଁ ମୋ ମୋ ନିଜ ଲୋକଙ୍କ ଉପରେ ବିଶ୍ଵାସ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.