ଆଇଏଏସ ସ୍ଥରରେ ଅଦଳବଦଳ : ତୁହୀନ କାନ୍ତ ପାଣ୍ଡେ ଗଲେ ଦିଲ୍ଲୀ, ଅଶୋକ ମିନା ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ
1/12/2018 at 7:14 PM

ଭୁବନେଶ୍ୱର ୧/୧୨ : ବରିଷ୍ଠ ଆଇଏଏସ ସ୍ଥରରେ ରାଜ୍ୟ ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି | ଅର୍ଥ ବିଭାଗର ସଚିବ ତୁହୀନକାନ୍ତ ପାଣ୍ଡେଙ୍କୁ ଦିଲ୍ଲୀ ଆବାସିକ କମିଶନର ଭାବେ ବଦଳି କରାଯାଇଛି | ତାଙ୍କ ସ୍ଥାନରେ ଅଶୋକ କୁମାର ମିନାଙ୍କୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି | ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଗିରିଶ ଏସଏନଙ୍କୁ ଜିଏ ଏବଂ ପିଜି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି | ତାଙ୍କ ସ୍ଥାନରେ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ଓଡିଶା ସମବାୟ ବ୍ୟାଙ୍କର ପରିଚନ ନିର୍ଦେଶକ ଭାବେ ବଦଳି କରାଯାଇଛି |