ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ମନ୍ତ୍ରୀ ଶଶିଭୁଷଣ ବେହେରାଙ୍କୁ ମିଳିଲା କୃଷି ବିଭାଗ ଓ ପଂଚାୟତ ବିଭାଗ ପାଇଲେ ରମେଶ ମାଝୀ
6/01/2019 at 6:21 PM

ଭୁବନେଶ୍ୱର ୬/୧ : କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ଥିବା ଦୁଇ ବିଭାଗର ଆବଣ୍ଟନ କରିଛନ୍ତି | ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବାବେଳେ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ ଦାୟିତ୍ୱ ପ୍ରଦାନ କରିଛନ୍ତି | ମହାରଥୀଙ୍କ ଇସ୍ତଫା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହି ଜରୁରୀକାଳୀନ ସମ୍ପ୍ରସାରଣ କରିଥିଲେ ମଧ୍ୟ ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳର ବିଧିବଦ୍ଧ ପୁନଃ ସମ୍ପ୍ରସାସରଣ ହେବ ବୋଲି କୁହାଯାଉଛି | ଆଗାମୀ ଦିନରେ ବିଭିନ୍ନ ଘଟଣା ପାଇଁ ଆଉ କିଛି ମନ୍ତ୍ରୀଙ୍କ ମୁଣ୍ଡ ଗଡିପରେ ବୋଲି ମଧ୍ୟ କୁହାଯାଉଛି | ସମ୍ଭବତଃ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିପାରନ୍ତି | ଅଦଳବଦଳ ବେଳେ ମନ୍ତ୍ରୀମଣ୍ଡଳରୁ ଅତୀତରେ ବାଦ ପଡିଥିବା କିଛି ଯୁବ ବିଧାୟକଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ଦଳୀୟ ସଂଗଠନ କାମ ପାଇଁ ମନ୍ତ୍ରୀ ମଣ୍ଡଳରୁ କିଛି ଯୁବ ବିଧାୟକଙ୍କୁ ବାଦ ଦିଆଯାଇଥିଲା |