Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେଡି ସାଙ୍ଗଠନିକ ପଦ ପଦବୀ ଅଦଳ ବଦଳ

15/09/2018 at 1:18 PM

ଭୁବନେଶ୍ୱର ୧୫/୯ : ବିଜୁ ଜନତା ଦଳର ସାଙ୍ଗଠନିକ ପଦ ପଦବୀର କେତେକ ପରିବର୍ତ୍ତନ କରାଯାଇଛି | ରାଜ୍ୟ ସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଅବିରକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି | ସେହିଭଳି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି | ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି | ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲାର ଯୁଗ୍ମ ପର୍ଯ୍ୟବେକ୍ଷକ ଭାବେ ଭାବେ ଦାୟିତ୍ୱ ଦିଆଯାଇଛି | ଶ୍ରୀଦେବୀ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇବେ | ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି | ଏରସମା- ବାଲିକୁଦା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି | ବିଜୁ ଜନତା ଦଳଏଅ ସମ୍ପାଦକ ବିଜୟ କୁମାର ନାୟକଙ୍କୁ ଢେଙ୍କାନାଳ ଜିଲ୍ଲାର ଯୁଗ୍ମ ପର୍ଯ୍ୟବେକ୍ଷକ ଭବେ ନିଯୁକ୍ତ କରାଯାଇଛି |
ବିଜୁ ଜନତା ଦଳରୁ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ଏହା ଦଳର ପ୍ରଥମ ସାଙ୍ଗଠନିକ ପରିବର୍ତ୍ତନ | ଦାମ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଥିବା ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ସୁପ୍ରିମୋ ଖୁସି ହୋଇଛନ୍ତି | ସେଥିପାଇଁ ତାଙ୍କୁ ଜଗତସିଂହପୁର ଜିଲ୍ଲାର ବିଜେଡିର କାର୍ଯ୍ୟକାରୀ ସଭାପତି ପଦ ପ୍ରଦାନ କରିଛନ୍ତି ବୋଲି ଆଲୋଚନା ହୋଇଛି |

   Related Posts