Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଖୋଲା ଖାଇବା ତେଲ ବିକ୍ରି ଉପରେ ଲାଗିବ କଟକଣା !

31/05/2020 at 3:36 PM

ନୂଆଦିଲ୍ଲୀ ୩୧।୦୫: କୋଭିଡ୍‌-୧୯ ଲକ୍‌ଡାଉନ୍‌ ଶେଷ ହେବା ପରେ ସରକାର ଖୋଲା ଖାଇବା ତେଲ ବିକ୍ରି ଉପରେ କଟକଣା ଲଗାଇ ପାରନ୍ତି । ଏହି ତେଲର ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟ ଉପରେ ଏହା ଦ୍ୱାରା ପଡୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେବା ପାଇଁ ବିଚାର କରୁଛନ୍ତି । ସରକାର ପୂର୍ବରୁ ବି ଏହା ଉପରେ ବିଚାର କରୁଥିଲେ କିନ୍ତୁ କୋଭିଡ୍‌-୧୯ ଆସିବା ପରେ ଏହା ଉପରେ ମାନସ ମନ୍ଥନ ଜୋରଦାର ଚାଲିଛି ।

ଏହା ଦ୍ୱାରା ପ୍ୟାକେଜ୍‌ଡ ଏବଂ ବ୍ରାଣ୍ଡେଡ୍‌ ତେଲ କମ୍ପାନିଙ୍କ ପାଇଁ ବିକ୍ରି ବୃଦ୍ଧି କରିବାର ମଉକା ମିଳିବ । ଯଦି ଖୋଲା ତେଲ ବିକ୍ରି ଉପରେ କଟକଣା ଲାଗେ ତେବେ ଗରିବ ରାଜ୍ୟ ବିଶେଷ କରି ଗ୍ରାମୀଣ କ୍ଷେତ୍ରର ଲୋକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ । ଗ୍ରାମାଞ୍ଚଳରେ ବୃହତ୍‌ ସଂଖ୍ୟାରେ ଗ୍ରାହକ ଶସ୍ତାରେ ଖୋଲା ତେଲ କିଣିବା ପାଇଁ ପସନ୍ଦ କରନ୍ତି । ନିଜ ଆବଶ୍ୟକତା ଅନୁସାରେ ଏମାନେ ଖୁଚୁରା ତେଲ କିଣିଥାନ୍ତି । ଦିନକୁ ଯାହା ରୋଜଗାର କରନ୍ତି ସେଇଥିରୁ ହିଁ ସେମାନେ ପ୍ରତିଦିନ ତେଲ କିଣନ୍ତି । ଖୋଲା ତେଲ ବିକ୍ରି ବନ୍ଦ ହୋଇଗଲେ ଏମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ସାମ୍ପ୍ରତିକ ସମୟରେ ପ୍ୟାକେଟ୍‌ ଖାଇବା ତେଲର ବିଭିନ୍ନ ଭେରାଇଟି ବଜାରରେ ମିଳୁଛି । ଖୋଲା ତେଲ ତୁଳନାରେ ଏଗୁଡିକର ଦର ୫୦% ମହଙ୍ଗା ହୋଇଥାଏ । ଏଭଳି କ୍ଷେତ୍ରରେ ଖୋଲା ତେଲ ବ୍ୟାନ୍‌ ହେଲେ ଗ୍ରାମାଞ୍ଚଳ ଲୋକ, ରାସ୍ତ କଡ଼ର ଟୁଙ୍ଗୀ ଖାଇବା ଦୋକାନଗୁଡିକ ଉପରେ ବଡ଼ ପ୍ରଭାବ ପଡ଼ିବ ।

ଏକ ରିପୋର୍ଟ ଅନୁସାରେ ଦେଶରେ ବର୍ଷକୁ ପାଖାପାଖି ୨.୩ କୋଟି ଟନ୍‌ ଖାଇବା ତେଲ ବ୍ୟବହାର ହୋଇଥାଏ । ଏହାର ୪୦% ଗ୍ରାମାଞ୍ଚଳରେ ହୋଇଥାଏ, ଯେଉଁଥିରୁ ଅଧିକାଂଶ ପ୍ରତିଦିନି ଖୁଚୁରା ତେଲ କିଣିଥାନ୍ତି । ଭାରତ ଏହାର ଖାଇବା ତେଲ ଆବଶ୍ୟକତାର ପ୍ରାୟ ୬୫% ଇଣ୍ଡୋନେସିଆ, ମାଲେସିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନି କରିଥାଏ । ଲକ୍‌ଡାଉନ୍‌ ଶେଷ ହେବା ପରେ ଖାଦ୍ୟ ତେଲ ସହ ସମସ୍ତ ପ୍ରମୁଖ ଉତ୍ପାଦର ମାର୍କେଟିଂ ରଣନୀତିରେ ବଡ଼ ଧରଣର //ପରିବର୍ତ୍ତନ ଦେଖାଦେବ । ଆଗକୁ ଲୋକେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଣ-ବ୍ରାଣ୍ଡେଡ୍‌ରୁ ବ୍ରାଣ୍ଡେଡ୍‌ ଏବଂ ଖୋଲାରୁ ପ୍ୟାକେଜ୍‌ଡ ଉତ୍ପାଦକୁ ସ୍ଥାନାନ୍ତର ହେବେ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

   Related Posts