ବନ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି

Published By : Prameya-News7 Bureau | March 09, 2021 IST

ସମ୍ବଲପୁର ୯।୩: ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା । ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ । ଏନେଇ ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।

ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ଏଯାବତ୍ ନିଆଁ ଆୟତ୍ତ ହୋଇପାରିନି । କିଏ ନିଆଁ ଲଗାଇଛି କାହିଁକି ଲଗାଇଛି ଜଣାପଡିନଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିପାରିନି ବନ ବିଭାଗ କି ଅଗ୍ନିଶମ ବିଭାଗ । ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଜଳୁଛି ଜଙ୍ଗଲ । ସମ୍ବଲପୁର ଜିଲ୍ଲାରେ ଜଙ୍ଗଲରେ ବି ନିଆଁ ଲାଗିଛି । ଏହି ଜଙ୍ଗଲ ନିଆଁକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତାରେ । କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.