ଗଞ୍ଜାମରେ ବଢିଲା କଟକଣା : ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ପ୍ରବେଶ ମନା
24/06/2020 at 8:53 AM

ବ୍ରହ୍ମପୁର ୨୪।୬: ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ମନା । କିଛି ବରିଷ୍ଠ ସରକାରୀ ଅଧିକାରୀ କରୋନା ସଂକ୍ରମଣର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆସନ୍ତା ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଏହି ୧୦ ଦିନ ମଧ୍ୟରେ ସରକାରୀ ଅଫିସ ଗୁଡିକୁ ବିଶୋଧନ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
From today onwards all government offices will be closed for citizens for next 10 days. We have to take this decisions as our senior officers getting corona affected. We pray for their quick recovery. @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) June 24, 2020