ଆଠଗଡକୁ ପ୍ରବେଶ ଉପରେ କଟକଣା , ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସିବା ମନା

Published By : Prameya-News7 Bureau | July 14, 2020 IST

ଆଠଗଡ଼ ୧୪।୦୭ : ଆଠଗଡ ଉପଖଣ୍ଡକୁ ପ୍ରବେଶ ଉପରେ ଲାଗିଲା କଟକଣା । ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟରୁ କଟକର ଆଠଗଡ଼କୁ ଆସିବା ନେଇ କଟକଣା ଲାଗୁ ହୋଇଛି । ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା ଆସ ଉପରେ ଏହି କଟକଣା ଲାଗୁ ହୋଇଛି ।

{"id":300140,"sizeSlug":"large"}

ଆଠଗଡ଼ ସବ୍ ଡିଭିଜନ ଅଞ୍ଚଳରେ ୫ ଟି ସ୍ଥାନରେ ଯାଞ୍ଚ କରାଯିବ । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ତହସିଲଦାରମାନଙ୍କୁ ଏନେଇ ଦାୟିତ୍ଵ ଦିଆଯାଇଛି । ପୁଲିସ ମଧ୍ୟ କଡ଼ା ପହରା ଦେଇ ସଂପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ବ୍ରେକ୍‌ ଲଗାଇବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.