ଆରଟିଓ ଅଫିସ ପ୍ରବେଶ ଉପରେ କଟକଣା: ସ୍ଲଟ ବୁକିଂ ପରେ ଆବେଦନକାରୀଙ୍କୁ ମିଳିବ ଅନୁମତି

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର୧୪/୮: କରୋନା ସଂକ୍ରମଣ ମୁକାବିଲା କରିବାକୁ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ସବୁ ଆରଟିଓ କାର୍ଯ୍ୟାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏନେଇ ପରିବହନ କମିଶନର ସବୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ପ୍ରବେଶ ଅନୁମତି ମିଳିବ ।

ଏବା ବାଦ ଡ୍ରାଭିଂ ଲାଇସେନ୍ସ ବା ଲନର୍ସ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପରିବହନ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ମିଳିବ। ଡ୍ରାଇଭିଂ ଲାଇସେନ୍ସ/ଲନର୍ସ ଲାଇସେନ୍ସ ପାଇଁ ମାତ୍ର ଆଧା ଘଣ୍ଟାର ସ୍ଲଟ ରହିବ। ତେବେ ଦିନରେ କେତୋଟି ସ୍ଲଟ ରହିବ ତାହା ସଂପୃକ୍ତ ପରିବହନ ଅଧିକାରୀ ନିର୍ଦ୍ଧାରଣ କରିବେ। ଫିଟନେସ ସାର୍ଟିଫିକେଟ, ଆରସି ବୁକ ପଞ୍ଜିକରଣ, ଟ୍ରାନ୍ସଫର ଏଫ ଓନପସିପ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦିଆଯିବ । ଏସବୁ ବାଦ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ରଖାଯିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.