Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

କରୋନା ପାଇଁ କୋର୍ଟଙ୍କ କଟକଣା: ଆଉ ପଞ୍ଜିକରଣ ହେବନି ନୂଆ ମାମଲା…

23/03/2020 at 4:47 PM

କଟକ୨୩/୩: କରୋନା ପାଇଁ ହାଇକୋର୍ଟଙ୍କ କଟକଣା।  ଆଉ ପଞ୍ଜିକରଣ ହେବନି ନୂଆ ମାମଲା । ୩୧ ଯାଏଁ ନୂଆ ମାମଲା ପଞ୍ଜିକରଣ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ । କେବଳ ଅତି ଜରୁରୀ ଥିବା ମାମଲା ଗୁଡିକର ଶୁଣାଣି ପାଇଁ ଡେପୁଟି ରେଜିଷ୍ଟାର ଜୁଡିସିଆଲଙ୍କ ନିକଟରେ ଆବେଦନ କରାଯାଇପାରିବ ବୋଲି ସୋମବାର ହାଇକୋର୍ଟ ଫୁଲ୍ ବେଞ୍ଚ ନିଷ୍ପତ୍ତି ନେଇଛନ୍ତି ।

ହାଇକୋର୍ଟର କର୍ମଚାରୀ ରୋଟେସନ ଅନୁସାରେ ଡ୍ୟୁଟି କରିବେ। ସେଥିପାଇଁ ୨୪ ଘଣ୍ଟିଆ ଡାକ୍ତରୀ ଟିମ୍  ଓ ଗାଡି ମହଜୁଦ ରଖିବାକୁ ଡେପୁଟି ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ହୋଇଛି । ଲକଡାଉନ୍ ଘୋଷିତ  ଜିଲ୍ଲା ମାନଙ୍କରେ ଏକ ନିର୍ଦ୍ଧିଷ୍ଟ ସମୟ ଯାଏଁ କୋର୍ଟ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ସହରାଞ୍ଚଳରେ ମଧ୍ୟାହ୍ନ ୧୨ଟାରୁ ୧ଟା ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତ ମାନଙ୍କରେ ସକାଳ ୧୧ ଟାରୁ ଅପରାହ୍ନ ୧ ଟା ଯାଏଁ କୋର୍ଟ ଖୋଲା ରହିବ । ଯେଉଁଠି କେବଳ ଜାମିନ୍ ଆବେଦନ ବା ସେହିଭଳି ଜରୁରୀ ମାମଲା ଗୁଡିକର ଶୁଣାଣୀ କରିବେ କୋର୍ଟ।

ଅଦାଲତର କର୍ମଚାରୀ ମାନେ ଘରେ ରହି କାମ କରିପାରିବେ । ଆବଶ୍ୟକ ହେଲେ ସେମାନଙ୍କୁ ଅଫିସ ଆସିବା ଲାଗି ଡକାଯାଇପାରେ । ସେ ନେଇ ସମ୍ପୃକ୍ତ ଅଦାଲତର ବିଚାରପତିମାନେ ନିଷ୍ପତ୍ତି ନେଇପାରିବେ ବୋଲି ସୋମବାର ହାଇକୋର୍ଟ ନିଜ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ୫ ଜିଲ୍ଲାରେ ଲକଡାଉନ ଘୋଷଣା ପରେ ଏପରି ନିଷ୍ପତ୍ତି ହୋଇଛି ।

   Related Posts