ବୋଲବମ୍‌ ଉପରେ ଲାଗିଲା କଟକଣା, ଜଳ ଉଠାଇ ଶିବ ମନ୍ଦିର ଯାଇ ପାରିବେନି କାଉଡିଆ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ଵର ୧୩।୦୭: ଗତବର୍ଷ  ଭଳି ଏ ବର୍ଷ ବି ବୋଲବମ୍‌ ଉପରେ ଲାଗିଲା କଟକଣା। କରୋନାର ତୃତୀୟ ଲହର ଆଶଙ୍କାକୁ ଦେଖି  ବୋଲବମ୍‌ରେ ଉପରେ କଣକଣା ଲଗାଇଲେ ରାଜ୍ୟ ସରକାର। ଏ ନେଇ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶାନାମା ଜାରି ହୋଇଛି। କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବୋଲବମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।  କୌଣସି ଧାର୍ମିକ ସ୍ଥାଣରୁ  ଜଳ ଉଠାଇ ପାରିବେନି କାଉଡିଆ। ଏପରିକି ସର୍ବସାଧାରଣ ରାସ୍ତାରେ ପାଣି ଧରି କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇ ପାରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.