ଏହି ୩ ରାଶିର ବ୍ୟକ୍ତି ଯଦି ରୂପା ମୁଦି ପିନ୍ଧୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ : ହୋଇପାରନ୍ତି ଗରିବ

Published By : Prameya-News7 Bureau | February 07, 2019 IST

ଭୁବନେଶ୍ୱର ୭/୨ : ଜ୍ୟୋତିଷଶାସ୍ତ୍ର ଅନୁସାରେ, ମଣିଷ ଜୀବନ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ବା ଉପାୟ ମଧ୍ୟ ଜ୍ୟୋତିଷଶାସ୍ତ୍ରରେ ହିଁ ରହିଛି | ଏହି ସବୁ ଉପାୟ ଅବଲମ୍ବନ କଲେ ମଣିଷ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ କିମ୍ବା ଏହାର ଖରାପ ପ୍ରଭାବ ପଡ଼ିନଥାଏ |

{"id":82717}


ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମଣିଷର ରାଶି ନକ୍ଷତ୍ର ଅଲଗା ଅଲଗା ଥାଏ | ରାଶି ନକ୍ଷତ୍ର ହିସାବରେ ଧାତୁ ବା ପଥର ଧାରଣ କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ | କିଛି ଲୋକଙ୍କୁ ବିଭିନ୍ନ ଧାତୁରେ ତିଆରି ମୁଦି ଧାରଣ କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ | ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷଙ୍କୁ ପରାମର୍ଶ କରି ରୁପା ମୁଦି ଧାରଣ କରିଥାନ୍ତି | ଯାହାଫଳରେ ତାଙ୍କ ଜୀବନରେ ଚାଲିଥିବା ଖରାପ ସମୟ ଚାଲିଯିବା ଏବଂ ସେ ଉନ୍ନତି ପଥରେ ଗତି କରିବେ |

{"id":82718}


ରୂପା ମୁଦି ଧାରଣ କରିବା ଦ୍ୱାରା ମଣିଷ ଜୀବନରେ ବହୁତ ଭଲ ପ୍ରଭାବ ପକାଇଥାଏ | ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ୩ଟି ରାଶିର ବ୍ୟକ୍ତିଙ୍କୁ ରୁପା ମୁଦି ଧାରଣ କରିବା ଅନୁଚିତ | ଏହି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ରୂପା ମୁଦି ଅଶୁଭ ହୋଇଥାଏ | ଏମାନଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାଏ ରୂପା ମୁଦି | ଏହି ୩ରାଶି ରୂପା ମୁଦି ଧାରଣ କରିବା ଦ୍ୱାରା ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ |

{"id":82719,"width":582,"height":326}


ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତିଙ୍କୁ ରୂପା ମୁଦି ଧାରଣ କରିବା ଅନୁଚିତ | ସେହି ୩ଟି ରାଶି ହେଲା : ମେଷ, ଧନୁ, କନ୍ୟା |

{"id":82720,"width":583,"height":375}


ରୂପା ମୁଦି ଧାରଣ କରିବା ଏହି ୩ଟି ରାଶି ବ୍ୟକ୍ତିଙ୍କ ଅତ୍ୟନ୍ତ ଅଶୁଭ | ରୂପା ଏମାନଙ୍କ ଜୀବନର ଅସଫଳତାର କାରଣ ହୋଇପାରେ | ଏମାନେ ରୂପା ମୁଦି ପିନ୍ଧିବା ଦ୍ୱାରା ଘରେ ସବୁବେଳେ ଅଶାନ୍ତି ଦେଖାଦେବା ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ |

{"id":82721}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.