ଯବାନଙ୍କ ପାଇଁ କରୋନା କଟକଣା, ଛୁଟିରୁ ଫେରିଥିବା ଯବାନଙ୍କୁ ରଖାଗଲା ଅଲଗା

Published By : Prameya-News7 Bureau | March 17, 2020 IST

ରାୟଗଡା ।୩: କରୋନା ପାଇଁ ରାୟଗଡାରେ ମଧ୍ୟ ସତର୍କତା ଗ୍ରହଣ କରାଯାଇଛି । ରାୟଗଡା ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନରେ ଛୁଟିରୁ ଫେରିଥିବା ଯବାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁ ଯବାନମାନେ ଛୁଟିରୁ କ୍ୟାମ୍ପକୁ ଫେରୁଛନ୍ତି ସେମାନଙ୍କୁ ଅଲଗା କରାଯାଇଛି ।

{"id":239726,"sizeSlug":"large"}

ଗତ ୪ ଦିନ ମଧ୍ୟରେ ୨୪ଜଣ ଯବାନଙ୍କୁ ସ୍ବତନ୍ତ୍ର ଘରେ ରଖାଯିବା ସହ ସେମାନଙ୍କ ଚିକିତ୍ସା କରାଯାଉଛି । ଆଜି ମହାରାଷ୍ଟ୍ର ଓ ଆସାମ ଏବଂ ଗତକାଲି ରାଜସ୍ଥାନ ଓ ହରିୟାନାରୁ ଯବାନମାନେ ଛୁଟିରୁ ଫେରିଛନ୍ତି । ଅନ୍ୟ ଯବାନଙ୍କ ସହ ମିଳାମିଶା ଓ ଖାଦ୍ୟପେୟ ଭିନ୍ନ ଭାବେ ପ୍ରଦାନ କରାଯାଉଛି । ୭ ଦିନ ଧରି ଅଲଗା ରଖିବା ପରେ ସାଧାରଣ ଭାବେ ସେମାନେ ମିଳାମିଶା କରିବେ ବୋଲି ଜଣାପଡ଼ଛି । ଏହାବ୍ୟତୀତ ବାଟାଲିୟନରେ ଥିବା ସମସ୍ତ ଯବାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.