ମୁଖବାସ ପାଇଁ ଚିନି ବଦଳରେ କଷ୍ଟିକ୍‌ ସୋଡା ଦେଲା ଓ୍ବେଟର, ୪ ବର୍ଷୀୟ ଶିଶୁ ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | December 24, 2020 IST

ପୁନେ ୨୪/୧୨:  ରେସ୍ତୋରାଁର ଜଣେ ଓ୍ବେଟରଙ୍କ ଛୋଟିଆ ଭୁଲ ପାଇଁ ୪ ବର୍ଷର ଛୁଆ ଆଇସିୟୁ​‌ରେ ଭର୍ତ୍ତି। ଖାଇବା ପରେ ମାଉଥ୍‌ ଫ୍ରେସନର ବଦଳରେ ଓ୍ବେଟର ଧରାଇଥିଲେ ଓ୍ବା ସିଂ ସୋଡା (କଷ୍ଟିକ୍‌ ସୋଡ଼ା) ବୋତଲ। ଛୋଟ ପିଲାଟି ଚିନି ଭାବି ଓ୍ବାସିଂ ସୋଡ଼ା ଖାଇଦେବାରୁ ଗୁରୁତର ହୋଇଥିଲା। ପରେ ତାକୁ ଡାକ୍ତରଖାନା ନିଆଯାଇଥିଲେ ବି ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଏଭଳି ଏକ ଅଭାବନୀୟ ଘଟଣା ପୁନେର ଏକ ରେସ୍ତୋରାଁରେ ଘଟିଛି। ଘଟଣାଟି ରବିବାର ଦିନ ଘଟିଥିବା ବେଳେ ପିଲାଟି ନିଜ ବଡ଼ ଭାଇ ଓ ଜେଜେଙ୍କ ସହ ବିଶ୍ବ ହୋଟେଲ୍‌ ନାମକ ଏକ ରେସ୍ତୋରାଁ ଯାଇଥିଲା ବୋଲି ଜଣାପଡ଼ିଛି। ତିନି ଜଣ ଖାଇ ସାରିବା ପରେ ମୁଖବାସ୍‌ ପାଇଁ ଛୋଟ ପିଲାଟି ଚିନି ମାଗିଥିଲା। ଓ୍ବେଟେର ଦେଇଥିବା ବଟଲରୁ ଯେମିତି କିଛି ନେଇ ପାଟିରେ ପକାଇଛି ଛୋଟ ପିଲାଟିର ଜିଭ ଜଳିଯାଇଥିଲା। ଯନ୍ତ୍ରଣାରେ ଚିତ୍କାର କରିବାରୁ ତା ଜେଜେ ବାପା ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ପ୍ରଥମେ ଏଣ୍ଡୋସ୍କୋପି କରିଥିଲେ।

{"id":382244,"sizeSlug":"large","linkDestination":"none"}

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଛୋଟ ପିଲାଟି ନିଜ ବଡ଼ ଭାଇ ଓ ଜେଜେ ବାପାଙ୍କ ସହ ସନ୍ଧ୍ୟା ୬.୩୦-୬.୪୫ରେ ରେସ୍ତୋରାଁ ଯାଇଥିଲେ ବୋଲି ତାଙ୍କ ମା କହିଛନ୍ତି। ପିଲାଟି ଚିନି ମାଗିବାରୁ ଓ୍ବେଟର ଏକ ବୋତଲ ଦେଇଥିଲେ। ସେଥିରୁ କିଛି ପାଟିକୁ ନେବା ପରେ ପିଲାଟି ଚିତ୍କାର କରିଥିଲା ବୋଲି ତାଙ୍କ ମା କହିଛନ୍ତି।

ଏହି ଘଟଣା ପରେ ପୋଲିସ ରେସ୍ତୋରାଁ ମାଲିକ ଓ ଓ୍ବେଟର ବିରୋଧରେ ମାମଲା ରୁଜୁ କରିଛି। ଏବେ ଯାଏଁ ସମ୍ପୃକ୍ତ ଓ୍ବେଟରର ପତ୍ତା ମିଳି ନଥିବା ବେଳେ ସିସିଟିଭି ଆଧାରରେ ଅଭିଯୁକ୍ତ ପୋଲିସ ଖୋଜୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.