ଅଧିକ ସମୟ କାମ କରୁଥିବା କର୍ମଚାରୀଙ୍କୁ WHOର ଚେତାବନୀ : ହୋଇପାରେ ଘାତକ, କମିପାରେ ଆୟୁଷ

Published By : Prameya-News7 Bureau | May 17, 2021 IST

ଜେନେଭା ୧୭/୫ : ଆପଣ ଅଧିକ ସମୟ ବସି କାମ କରୁଛନ୍ତି । ତେବେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କୁ ହୋଇପାରେ ବଡ ରୋଗ, କମିପାରେ ଆପଣଙ୍କ ଆୟୁଷ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଭିନ୍ନ ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏଭଳି ଚେତାଇଛି WHO । ସଂଗଠନ ତରଫରୁ କୁହାଯାଇଛି ଯେ, ମହାମାରୀ ସମୟରେ ଲୋକଙ୍କ ଏପରି ଅଭ୍ୟାସ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବା ଜୀବନ ଯାଇପାରେ ।

WHO କହିଛି ଅନେକ ସମୟ ଧରି ଆମେ ବସି ରହି କାମ କରିବା ଦ୍ୱାରା ନିଜର ହରାଇବାର ଚାନ୍ସ ଅଧିକ ଅଛି । ୨୦୧୬ରେ, ଯେଉଁମାନେ ଦୀର୍ଘ ଘଣ୍ଟା କାମ କରିଥିଲେ ସେମାନେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଯାହାକି ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ରହିଥିଲା । WHOର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେରା କହିଛନ୍ତି ଯେ ପ୍ରତି ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ ବିପଦ ।

ଶ୍ରମିକମାନଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ଆମେ ଏହି ସୂଚନା ଦେଉଛୁ । WHO ଏବଂ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ପୀଡିତ ୭୨ ପ୍ରତିଶତ ପୁରୁଷ ଧ୍ୟବିତ୍ତ କିମ୍ବା ପ୍ରାପ୍ତ ବୟସ୍କ । ଅଧ୍ୟୟନ ଅନୁଯାୟୀ, ୧୦ ବର୍ଷ ପରେ ମଧ୍ୟ ଅନେକ ଥର ଏପରି ଲୋକ ମୃତ୍ୟୁ ବରଣ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.