Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ନାଟକ ଚାଲିଥିଲା ମଞ୍ଚରେ, ଚାଲିଗଲା କଳାକାରଙ୍କ ଜୀବନ, ଦର୍ଶକ ଭାବିଲେ ମୃତ୍ୟୁର ସିନ୍

11/10/2021 at 1:58 PM

ନୂଆଦିଲ୍ଲୀ ୧୧/୧୦: ଋଷର ରାଜଧାନୀ ମସ୍କୋରେ ଏକ ମଞ୍ଚ ପ୍ରଦର୍ଶନ ସମୟରେ ପ୍ରସିଦ୍ଧ ବୋଲଶୋଇ ଥିଏଟର କଳାକାର ୟେଭେନି କୁଲେଶଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ସେ କୁଲେଶ ମଞ୍ଚରେ ଏକ ସିନ୍ ପ୍ରଦର୍ଶନ କରୁଥିଲେ। ମଞ୍ଚରେ ସିନ୍ ପରିବର୍ତ୍ତନ କରୁଥିବାବେଳେ, ୟେଭେନି କୁଲେଶ ଏକ ବଡ ଖମ୍ବ ତଳେ ପୋତି ହୋଇଯାଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି। ଦର୍ଶକ ଭାବିଥିଲେ ବୋଧହୁଏ ଏହା ସ୍କ୍ରିପ୍ଟର ଏକ ଅଂଶ।

ଏହି ଘଟଣା ଋଷୀୟ ସଂଗୀତକାର ନିକୋଲାଇ ରିମସ୍କି-କୋରସାକୋଭଙ୍କ ଦ୍ୱାରା ୧୯ ନବିଂଶ ଶତାବ୍ଦୀର ଅପେରା ସାଡକୋର ଅଭିନୟରେ ଏକ ସେଟ୍ ପରିବର୍ତ୍ତନ ସମୟରେ ଘଟିଥିଲା। ସୋସିଆଲ ମିଡିଆରେ ଶନିବାର ଘଟିଥିବା ଏହି ଘଟଣାର କିଛି କ୍ଲିପ୍ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ମଞ୍ଚ ଉପରେ ହଠାତ୍ ହଲଚଲ ଦେଖାଯାଇଛି। ଏହାକୁ ପରିବର୍ତ୍ତନ କରିବା ପାଇଁ ଏକ ବିରାଟ ଖମ୍ବ ଖସା ଯାଉଥିଲା ଦୁର୍ଭାଗ୍ୟବଶତଃ କୁଲେଶ ଏହି ତାହା ତଳେ ପୋତି ହୋଇଗଲେ ।

ଏହା ଦେଖି ସାଥୀ କଳାକାରମାନେ ପାଟି କରିବାକୁ ଲାଗିଲେ। ଏହି ଘଟଣା ପରେ ଷ୍ଟେଜ୍ ପରଦା ପକାଯାଇ ଦର୍ଶକଙ୍କୁ ସୂଚନା ଦିଆଯାଇଥିଲା ଯେ ପ୍ରଦର୍ଶନ ବାତିଲ କରାଯାଇଛି। କିଛି ସମୟ ପରେ ଡାକ୍ତରମାନେ ଆହତ ୟେଭେନି କୁଲେଶଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

   Related Posts