ଜୟପୁର ବାରିଣୀପୁଟରେ ପରିତ୍ୟକ୍ତ କୋଠା ଭୁଶୁଡିବା ଘଟଣା : ଆଖି ବୁଜିଲେ ଉଦ୍ଧାର ନାବାଳକ

Published By : Prameya-News7 Bureau | November 23, 2019 IST

ଜୟପୁର୨୩।୧୧: ଜୟପୁର ବାରିଣୀପୁଟରେ  ପରିତ୍ୟକ୍ତ କୋଠା ଭୁଶୁଡ଼ିବା ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ଆସେର ଖରା । ଗତକାଲି ଆସେରକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଅନ୍ୟ ୨ମହିଳାଙ୍କୁ ଜୟପୁର ମେଡିକାଲରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ରଶ୍ମୀତା ଖରା ଓ ସୂର୍ଯ୍ୟମଣି ବାଗ । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

{"id":188488,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବାରିଣୀପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ  ପରିତ୍ୟକ୍ତ କୋଠା ଭୁଶୁଡ଼ି ପଡିଥିଲା । ଦୀର୍ଘ ଘଣ୍ଟାର ଅପରେସନ ପରେ ଭଙ୍ଗା ଘରୁ ସମସ୍ତଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ । ପ୍ରଥମେ ଦୁଇ ମହିଳା ଓ ପରେ ଜଣେ ନାବାଳକକୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ହେଲେ ଆଜି ସକାଳୁ ନାବାଳକ ଜଣଙ୍କ ଆଖି ବୁଜି ଦେଇଛନ୍ତି । ସନ୍ଧ୍ୟାରେ ଏମାନେ  ଏକ ପରିତ୍ୟକ୍ତ ଘର କାନ୍ଥରୁ ଇଟା ବାହାର କରୁଥିଲେ। ଇଟା ବାହାର କରୁଥିବା ସମୟରେ ଭାର ସହି ନ ପାରି ହଠାତ ଛାତଟି ଭୁଶୁଡ଼ି ପଡିଥିଲା। ଘଟଣା ସ୍ଥଳରେ ଚାରି ଜଣ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୋଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.