Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିଧାନପରିଷଦ ପାଇଁ ମୌସୁମୀ ଅଧିବେଶନରେ ଆସିବ ସଂକଳ୍ପ

4/08/2018 at 12:44 PM

ଭୁବନେଶ୍ୱର ୪/୮ : ବିଧାନ ପରିଷଦ ଗଠନ ନେଇ ମୌସୁମୀ ଅଧିବେଶନରେ ସଂକଳ୍ପ ଆଣିବେ ରାଜ୍ୟସରକାର। ବିଧାନ ପରିଷଦରେ ରହିବେ ୪୯ ସଦସ୍ୟ। ତେଲାଙ୍ଗନା ବିଧାନ ପରିଷଦ ଯେଉଁ ଢ଼ାଞ୍ଚାରେ ହୋଇଛି ରାଜ୍ୟ ବିଧାନ ପରିଷଦ ମଧ୍ୟ ସେହି ଢ଼ାଞ୍ଚାରେ ହେବ। ୯ ଜଣ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪୦ ଜଣ ସଦସ୍ୟଙ୍କୁ ବିଧାୟକ, ପଞ୍ଚାୟତ ସମିତି, ଜିଲ୍ଲାପରିଷଦ, ପୌର ପରିଷଦ ସଦସ୍ୟ, ଶିକ୍ଷକ, ଅଧ୍ୟାପକ, ଗ୍ରାଜୁଏଟମାନେ ନିର୍ବାଚିତ କରିବେ। ସେଥିପାଇଁ ଗଠନ ହେବ ୪ ଟି ନିର୍ବାଚନ ମଣ୍ଡଳୀ । …
ମୌସୁମୀ ଅଧିବେଶନରେ ଆସିବ ବିଧାନ ପରିଷଦ ପ୍ରସ୍ତାବ। ତେଲେଙ୍ଗାନା ଢ଼ାଞ୍ଚାରେ ଗଠନ ହେବ ବିଧାନ ପରିଷଦ। ବିଧାନସଭା ସଦସ୍ୟ ସଂଖ୍ୟା ଅନୁଯାୟୀ ଏକ ତୃତୀୟାଂଶ ସଦସ୍ୟ ବିଧାନ ପରିଷଦରେ ରହିବେ । ଏହି ଦୃଷ୍ଟିରୁ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ। ୧୬ ଜଣଙ୍କୁ ବିଧାୟକ, ୧୬ ଜଣଙ୍କୁ ପଞ୍ଚାୟତ ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ପୌର ପରିଷଦ ସଭ୍ୟ, ୪ଜଣଙ୍କୁ ସରକାରୀ ବିଦ୍ୟାଳୟ ଓ କଲେଜର ଶିକ୍ଷକ ଓ ୪ଜଣଙ୍କୁ ଗ୍ରାଜୁଏଟ ନିର୍ବାଚିତ କରିବେ। ବାକି ୯ ଜଣସଦସ୍ୟ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେବେ । ଶିକ୍ଷକ ଏବଂ ଗ୍ରାଜୁଏଟ ମାନଙ୍କୁ ନେଇ ୪ଟି ନିର୍ବାଚନ ମଣ୍ଡଳୀ ଗଠନ ସହ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ ହେବ। ଏହି ନିର୍ବାଚନ ପରିଚଳନା କରିବେ ନିର୍ବାଚନ କମିଶନ। ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ରହିବ। ପ୍ରତି ଦୁଇ ବର୍ଷରେ ବଦଳିବେ ସଦସ୍ୟ।
ମୌସୁମୀ ଅଧିବେଶନରେ ବିଧାନ କରିଷଦ ଗଠନ ପ୍ରସ୍ତାବ ଆଣିବାକୁ ସରକାର ପ୍ରସ୍ତୁତ ହେଉଥିବାବେଳେ ଏହାକୁ ବିରୋଧୀ ନାପସନ୍ଦ କରିଛନ୍ତି। ବିଜେଡିରେ ବି ଅସନ୍ତୋଷ ଭରି ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ବିଧାନ ପରିଷଦ ଥୋପ ଦେଇ ଅସନ୍ତୋଷ ପ୍ରଶମିତ କରିବା ପାଇଁ ବିଧାନ ପରିଷଦର ଯୋଜନା କରାଯାଇଛି ବୋଲି ବିରୋଧୀ କହୁଛନ୍ତି ।
ବିଧାନ ପରିଷଦ କମିଟି ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗନା ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିର୍ପୋଟ ଦେଇଛନ୍ତି। ଏହି ରିର୍ପୋଟ ଆଧାରରେ ସରକାର ରିଜୋଲ୍ୟୁସନ୍ କରିବେ । ଏହା ବିଧାନସଭାରେ ପାରିତ ହେବା ପରେ ଲୋକସଭା, ରାଜ୍ୟସଭା ଏବଂ ରାଷ୍ଟ୍ରପତିଙ୍କୁ ଅନୁମୋଦନ ପାଇଁ ପଠାଯିବ। ସେଠାରୁ ଅନୁମୋଦନ ମିଳିବା ପରେ ବିଧାନ ପରିଷଦ ଗଠନ ହେବ ।

   Related Posts