Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆମେଠିରେ ସ୍ମୁତି ଇରାନୀଙ୍କର ଲାଗିଲା ନିଖୋଜ ପୋଷ୍ଟର, କ’ଣ ଆମକୁ କାନ୍ଧ ଦେବାକୁ ଆସିବେ ?

1/06/2020 at 8:34 PM

ଆମେଠି ୦୧।୦୬: ବାଲେଶ୍ଵରର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପରେ କରୋନା ଭାଇରସ୍‌ରେ ସଂଘର୍ଷ କରୁଥିବା ଉତ୍ତର ପ୍ରଦେଶର ଆମେଠିରେ ଏବେ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ସ୍ମୁତି ଇରାନୀଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ସାଂସଦ ସ୍ମୁତି ଇରାନୀ ନିଖୋଜ ଥିବା କୁହାଯାଇଛି। ଏହା ସହିତ ଏଥିରେ ସାଂସଦଙ୍କୁ ପ୍ରଶ୍ନ ମଧ୍ୟ ପଚରାଯାଇଛି। କିଏ ଏହି ପୋଷ୍ଟର ମାରିଛି ତାହା ଜଣା ପଡିନାହିଁ। ମାତ୍ର ବିଜେପି ଅଭିଯୋଗ କରିଛି, ଏହି କାମ କଂଗ୍ରେସର। ଉଲ୍ଲେଖଯୋଗ୍ୟ, ଆମେଠିରେ ଅଦ୍ୟାବଧି ୧୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୋଷ୍ଟରରେ ସ୍ମୁତିଙ୍କୁ ପ୍ରଶ୍ନ କରାଯାଇଛି ଯେ, କଣ ସେ ଶେଷରେ କାନ୍ଧ ଦେବାକୁ ଆସିବେ।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଆମେଠି ଜିଲ୍ଲାର ଜାମୋର ଅତରୌଲି, ଶାହଗଡ ବ୍ଲକର ବହୋରେଖା ପ୍ରାଥମିକ ବିଦ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳର କାନ୍ଥରେ କେନ୍ଦ୍ର ମନ୍ତ୍ରୀ ତଥା ଆମେଠି ସାଂସଦ ସ୍ମୁତି ଇରାନୀଙ୍କ ଫଟୋ ଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଲେଖା ହୋଇଛି, ଆମେଠିର ସାଂସଦ ହେବା ପରେ ବର୍ଷକରେ ମାତ୍ର କିଛି ଘଣ୍ଟା ଉପସ୍ଥିତ ହେଉଥିବା ସାଂସଦ ସ୍ମୁତି ଇରାନୀ ଆଜି କରୋନା ମହାମାରୀ ଯନ୍ତ୍ରଣାରେ ଛଟ ପଟ ଆମେଠିର ପ୍ରତି ଜନତା ଆଜି ଭୟଭୀତ। ଆମକୁ  ଲାଗୁଛି ଆପଣ ନିଖୋଜ ହୋଇ ନାହାନ୍ତି।

ସ୍ମୁତିଙ୍କ ଟୂର ହେବ ହେଉଛି ଆମେଠି

ପୋଷ୍ଟରରେ ଏହା ମଧ୍ୟ ଲେଖା ହୋଇଛି, ଆମେ ଟୁଇଟ୍‌ରରେ ଆପଣ ଅନ୍ତାକ୍ଷରୀ ଖେଳୁଥିବା ଦେଖିବାକୁ ପାଇଛୁ। ଆମେ ଆପଣଙ୍କ ଜରିଆରେ ଏକାଧିକ ବ୍ୟକ୍ତିଙ୍କୁ ଲଞ୍ଚ ଦେଉଥିବା ଦେଖିବାକୁ ପାଇଛୁ, ମାତ୍ର ଆମେଠିର ସାଂସଦ ହୋଇଥିବାରୁ ଆଜିର ଏହି ଘଡିସନ୍ଧି ମୁହୂର୍ତ୍ତରେ ଜନତା ଆପଣଙ୍କୁ ଖୋଜୁଛନ୍ତି। ବିଗତ ଅନେକ ମାସ ଧରି ଜାରି ସମସ୍ୟା ଭିତରେ ଆମେଠିର ଜନତାଙ୍କୁ ଏମିତି ଛାଡି ଦେବା ଦର୍ଶାଉଛି ଯେ, ବୋଧହୁଏ ଆପଣଙ୍କ ଲାଗି ଆମେଠି କେବଳ ଏକ ଟୁର ହବ୍।

ସ୍ମୁତି ଇରାନୀ କଂଗ୍ରେସକୁ ଦେଲେ ଜବାବ

ଏହି ପୋଷ୍ଟରକୁ ନେଇ ସ୍ମୁତି ଇରାନୀ ଜବାବ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଆପଣ ମୋତେ ଏତେ ଭଲ ପାଉଛନ୍ତି ମୋତେ ଜଣା ନଥିଲା। ଚାଲନ୍ତୁ ଏବେ ଆପଣଙ୍କୁ କିଛି ହିସାବ ଦିଆଯିବ। ୮ ମାସରେ ୧୦ ଥର ୧୪ ଦିନ ହିସାବରେ ମୁଁ ମୋ ସଂସଦୀୟ କ୍ଷେତ୍ର ଯାଇଛି। ବତାନ୍ତୁ ସୋନିଆ ଜୀ କେତେ ଥର ଏହି ସମୟରେ ନିଜ କ୍ଷେତ୍ରକୁ ଆସିଛନ୍ତି ?

   Related Posts