IAS ସ୍ତରରେ ଅଦଳବଦଳ…

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: IAS ସ୍ତରରେ ଅଦଳବଦଳ ହୋଇଛି । ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ରାଜ୍ୟରେ କିଛି ବରିଷ୍ଠ IAS ଅଫିସରଙ୍କୁ ଅଦଳବଦଳ କରିଛନ୍ତି ସରକାର ।

{"id":306076,"sizeSlug":"large"}

ତେବେ ଅଦଳବଦଳ ହୋଇଥିବା ଅଫିସରଙ୍କ ମଧ୍ୟରେ ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ଅନୁ ଗର୍ଗଙ୍କୁ ମିଳିଲା ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ । ଖଣି ଓ ଇସ୍ପାତ ସଚିବ ହେଲେ ସୁରେନ୍ଦ୍ର କୁମାର ଓ CDA ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମ୍‌ ହେଲେ ଶ୍ରମ ବିଭାଗର ସଚିବ । MSME ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ସାହୁ । ଏହା ସହ ସତ୍ୟବ୍ରତଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.