Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

OASସ୍ତରରେ ବଡ଼ଧରଣର ଅଦଳବଦଳ

1/09/2020 at 8:13 AM

ଭୁବନେଶ୍ୱର ୦୧।୦୮ : ସାଧାରଣ ପ୍ରଶାସନ ବିଭାଗ ଇସ୍ତାହାର ମୁତାବକ ଓଏଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ ହୋଇଛି । ବରିଷ୍ଠ ଓଏଏସସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ଓଏଏସ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି ।  

କୃଷି ଓ ଜଙ୍ଗଲ ଏବଂ ପରିବେଶ ବିଭାଗରେ ଅତିରିକ୍ତ ସଚିବ ଥିବା ଶ୍ରୀମତୀ ମ୍ୟାରି ଲାକ୍ରାଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିଭଳି ଉତ୍କଳ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଦୟାନିଧି ନାୟକ ବଦଳି ହୋଇ କୃଷି ଓ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, ପିଆର  ଏଣ୍ଡଡିଡବ୍ଲୁ ବିଭାଗୀୟ ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗୀୟ ଅତିରିକ୍ତ ସଚିବ ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁବିଭାଗ ଏବଂ ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, କନ୍ଧମାଳ ପିଡି ଡିଆରଡିଏ ଦାୟିତ୍ୱରେ ଥିବା ବିଶ୍ୱନାଥ ବାରିକଙ୍କୁ ଲୋକାୟୁକ୍ତ ଓଡ଼ିଶାର ଅତିରିକ୍ତ ସଚିବ, କୃଷି, ଜଙ୍ଗଲ ଓ ପରିବେଶ ବିଭାଗୀୟ ଅତିରିକ୍ତ ସଚିବ ଡ. ଦୁରବାଦଲ ମେହେରଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜା ଦେବୀଙ୍କୁ ପିଏ ବିଭାଗର ଅତିରିକ୍ତ ସଚିବ।

ଭୁବନେଶ୍ୱର ଲୋକାୟୁକ୍ତ ଦପ୍ତରରେ ଅତିରିକ୍ତ ସଚିବ ଥିବା ତ୍ରିଲୋଚନ ମାଝିଙ୍କୁ ଆୟୁଷର ନିର୍ଦ୍ଦେଶକ, ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚନ୍ଦ୍ର ସ୍ୱାଇଁଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଯୁଗ୍ମ ସଚିବ ପୁରନ୍ଦର ଧଉରାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗୀୟ ଯୁଗ୍ମ ସଚିବ ଅନୀଲ କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ।

ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡାଙ୍କୁ ଗୃହ ଓ ସହରାଞ୍ଚଳ ବିଭାଗୀୟ ଯୁଗ୍ମ ସଚିବ, ପର୍ଯ୍ୟଟନ ବିଭାଗୀୟ ଯୁଗ୍ମ ସଚିବ ସୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁବିକାଶ ବିଭାଗୀୟ ଯୁଗ୍ମ ସଚିବ, ସୂଚନା ଓ ଜନସମ୍ପର୍କ ବିଭାଗୀୟ ସଚିବ ବଦଳି ଆଦେଶକୁ ବାତିଲ କରାଯାଇ ସଂସ୍କୃତି ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଲିପ୍‌ସା ଦାସଙ୍କୁ ଶକ୍ତି ବିଭାଗ ଯୁଗ୍ମ ସଚିବ, ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିର ଯୁଗ୍ମ ସଚିବ ନିତ୍ୟାନନ୍ଦ  ବାରିକଙ୍କୁ ପିଡି, ଡିଆରଡିଏ, କନ୍ଧମାଳ ।  

କଳାହାଣ୍ଡି  ପିଡି ଡିଆରଡିଏ ପ୍ରଭାତ କୁମାର ମହାପାତ୍ରଙ୍କୁ ସିଇଓ ଦପ୍ତରରେ ଯୁଗ୍ମ ସିଇଓ, ପାନପୋଷ ସବ୍‌ କଲେକ୍ଟର  ବିଶ୍ୱଜିତ ମହାପାତ୍ରଙ୍କୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବିଭାଗୀୟ ଉପ ସଚିବ ରେଣୁପ୍ରଭା ନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗୀୟ ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଯୁଗ୍ମ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ପିଏ ବିଭାଗୀୟ ଅତିରିକ୍ତ ଯୁଗ୍ମ ସଚିବ, କଟକ ଏଏସ୍‌ଏସ୍‌ଡି, ଆରଡିସି, ସିଡି ସହିତ ଅନ୍ୟାନ୍ୟ ଅତିରିକ୍ତ ଦାୟିତ୍ୱରେ ଥିବା ସୁମିତ୍ରା ସେନାପତିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଯୁଗ୍ମ ସଚିବ, ବରଗଡ଼ ପିଡି ଡିଆରଡିଏ ଦାୟିତ୍ୱରେ ଥିବା ଦଉଲତ ଚନ୍ଦ୍ରକାରଙ୍କୁ ପାନପୋଷର ସବ କଲେକ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଉପ ସଚିବ  ରାଜେଶ କୁମାର  ଅଗ୍ରୱାଲଙ୍କୁ  ଏଲ୍‌ ଏଣ୍ଡ ଇଏସ୍‌ଆଇ ବିଭାଗୀୟ ଉପ ସଚିବ ଦାୟିତ୍ୱ ଦିଆଯାଇଛି

   Related Posts