ଓଏଏସ୍‌ସ୍ତରରେ ଅଦଳ ବଦଳ, ଭିମସାରର ପ୍ରଶାସନିକ ଅଧିକାରୀ ହେଲେ ସୁବ୍ରତ କୁମାର ନାୟକ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ୱରର - ଓଡିଶା ଯୋଗାଣ ନିଗମର ଏମଡି ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ପେନସନ ଓ ଅଭିଯୋଗ ଶୁଣାଣୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଦାୟୀତ୍ୱରେ ଥିବା ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ଅନ୍ତର୍ଗତ ଅତିରିକ୍ତ ରିଭିଜିନାଲ୍‌ କୋର୍ଟର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ମୟୁରଭଞ୍ଜ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତୁଷାରକାନ୍ତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଅତିରିକ୍ତ ଆଇଜି ଭାବେ ବଦଳି କରାଯାଇଛି । ଓଡିଶା ଖାଦ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକ ପ୍ରଦୀପ କୁମାର ଗରଡିଆଙ୍କୁ ଓଡିଶା ପଣ୍ୟଗାର ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି । ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ରୂପେ କାର୍ଯ୍ୟରତ ଚିତରଞ୍ଜନ ପାତ୍ରଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ମାର୍କଫେଡ୍‌ର ଏମ୍‌ଡି ପ୍ରତାପ କୁମାର ମିଶ୍ରଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ମତ୍ସ ଓ ପଶୁସମ୍ପଦ ବିକାଶ ବିଭାଗ ଯୁଗ୍ମ ସଚିବ ଶିବନାରାୟଣ ସାହୁଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ଯୁଗ୍ମ ସଚିବଭାବେ ବଦଳି କରାଯାଇଛି। ସମ୍ବଲପୁର ଜିଲ୍ଲା ଧନକୋଡା ବ୍ଲକର ବିଡିଓ ଲୀନା କୁମାରୀ ଖାକାଙ୍କୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।
ରେଙ୍ଗାଲୀ ଜଳ ସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ସୁବ୍ରତ କୁମାର ନାୟକଙ୍କୁ ବୁର୍ଲା ଭିମସାରର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି । ଜଗତସିଂପୁର ବିଡିଓ ଲଗ୍ମଜିତ୍‌ ରାଉତଙ୍କୁ ନୟାଗଡ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କେନ୍ଦୁଝର ଜିଲ୍ଲା ଜୋଡା ବ୍ଲକର ବିଡିଓ ଅରୁଣ କୁମାର ମଲ୍ଲିକଙ୍କୁ ସୁନ୍ଦରଗଡ ଜିଲ୍ଲା ପାନପୋଷ ଠାରେ ଥିବା ଆଟିଡିଏର ପିଏ ଭାବେ ବଦଳି କରାଯାଇଛି । ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କୁ ଯାଜପୁର ଜିଲ୍ଲା ସୁକିନ୍ଦାଠାରେ ଥିବା ରେଙ୍ଗାଳୀ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଭାବେ ବଦଳି କରାଯାଇଛି । ବରଗ଼ଡ ଜିଲ୍ଲା ଭଟଲୀ ତହସିଲଦାର ଅଞ୍ଜଳୀ ପ୍ରଧାନଙ୍କୁ ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲଦାର ସୁଧାଂଶୁ କୁମାର ମହାନ୍ତିଙ୍କୁ ନୂଆଦିଲ୍ଲୀଠାରେ ଓଡିଶାର ପ୍ରମୁଖ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ମ୍ୟାନେଜର ତଥା ଡେପୁଟୀ ଆବାସିକ କମିଶନର ଭାବେ ବଦଳି କରାଯାଇଛି ।

{"id":155968,"width":578,"height":799}
{"id":155969,"width":592,"height":833}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.