Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆଇଏଏସ୍‌ ସ୍ତରରେ ଅଦଳବଦଳ – ସୁଶୀଲ ଲୋହାନି ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

3/10/2019 at 6:31 PM

ଭୁବନେଶ୍ୱର ୦୩।୧୦ – ବରିଷ୍ଠ ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । ୧୯୯୩ ବ୍ୟାଚ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି,ଏବେ ସେ ମୁଖ୍ୟ ନିର୍ବାଚନ ଅଧିକାରୀ ଅଛନ୍ତି । ୧୯୯୫ ବ୍ୟାଚ ପ୍ରଶାସନିକ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି, ଏବେ ସେ ଅବକାରୀ ବିଭାଗର କମିଶନର ଅଛନ୍ତି ।

୨୦୧୭ ବ୍ୟାଚ ପ୍ରଶାସନିକ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମ୍‌ଫେଡ୍‌ର ସିଜିଏମ୍‌ ପଦରେ ନିଯୁକ୍ତି ଦିଆଯାଇଛି । ୨୦୧୭ ବ୍ୟାଚ ପ୍ରଶାସନିକ ଅଧିକାରୀ ପି . ଅନ୍ୱେଷା ରେଡ୍ଡୀଙ୍କୁ ଓଡିଶା ମାଇନିଂ କର୍ପୋରେସନ୍‌ର ଏଜ୍ୟୁକେଟିଭ୍‌ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୭ ବ୍ୟାଚ ବ୍ୟାଚ ପ୍ରଶାସନିକ ଅଧିକାରୀ ପାଟିଲ ଆଶୀଷ ଇଶ୍ୱରଙ୍କୁ ଗ୍ରୀଡକୋର ଏଜ୍ୟୁକେଟିଭ୍‌ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଛି । ୨୦୧୭ ବ୍ୟାଚ ବ୍ୟାଚ ପ୍ରଶାସନିକ ଅଧିକାରୀ ଦିଭାକର ଟିଏସ୍‌ଙ୍କୁ ଓକାକର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୭ ବ୍ୟାଚ ବ୍ୟାଚ ପ୍ରଶାସନିକ ଅଧିକାରୀ ହେମକାନ୍ତ ସେଙ୍କୁ ଓଟିଡିସିର ଏମ୍‌ଡି(ଇନ୍‌ଚାର୍ଜ) ଭାବେ ନିଯୁକ୍ତି ମିଳିଛି।

ପ୍ରଥମ ଥର ପାଇଁ ୨୦୧୭ ବ୍ୟାଚର ୫ ଜଣ ନୂଆ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।

   Related Posts