ଆଇଏଏସ୍ ଏବଂ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ, ବଦଳିଲେ ୩ଜିଲ୍ଲାର ଜିଲ୍ଲାପାଳ

Published By : Prameya-News7 Bureau | June 29, 2019 IST

ଭୁବନେଶ୍ବର ୨୯।୬:  ରାଜ୍ୟ ସରକାର ଶନିବାର ପ୍ରଶାସନିକ ଅଧିକାରୀ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଏଥିରେ ୩ଟି ଜିଲ୍ଲାର ଜିଲ୍ଲାପାଳ ବଦଳିଥିବା ବେଳେ ୪ ଆଇଏଏସ୍ ଓ ଜଣେ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରୀ ହୋଇଥିବା ବେଳେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ନିର୍ଦ୍ଦେଶକ ପି.ରାଜେଶ ପ୍ରଭାକରଙ୍କୁ ପଞ୍ଚାୟତରାଜ ଓ ଜିଲ୍ଲାମଙ୍ଗଳ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଛି।  

ରାଜେଶ ପ୍ରଭାକର ପୂର୍ବରୁ କାର୍ଯ୍ୟ କରୁଥିବା ପଦରେ ସୁନ୍ଦରଗଡ ଜିଲ୍ଲାପାଳ  ରଶ୍ମିତା ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଛି।  ସେହିପରି ରଶ୍ମିତା ପଣ୍ଡାଙ୍କ ପଦବୀରେ ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅବସ୍ଥାପିତ ହୋଇଥିବା ବେଳେ ସୁନ୍ଦରଗଡ ପିଡି ଡିଆରଡିଏ ଅବସ୍ଥାପିତ ଓଏଏସ୍ ଅଫିସର ଭୂମେଶ ଚନ୍ଦ୍ର ବେହେରା ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି।  ଅନ୍ୟପକ୍ଷରେ ଗୃହ ବିଭାଗ ଡେପୁଟି ସେକ୍ରେଟାରୀ ଅବସ୍ଥାପିତ ଥିବା ଆଇଏଏସ ଅଫିସର ମନିଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.