ରିଜର୍ଭବ୍ୟାଙ୍କ ଆଣିବେ ନୂଆ ନୋଟ୍, ରହିବନି ଟଙ୍କା ନଷ୍ଟ ହେବାର ଚିନ୍ତା

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ: ନୋଟ୍ ମଇଳା ଓ ପୁରଣା ହୋଇଯିବା ସାଧାରଣ କଥା। ପକେଟରେ ଝାଳ ଲାଗି ହାତରୁ ହାତକୁ ଚାଲି ଟଙ୍କା ତାର ଟେମ୍ପର ହରାଏ। ଏଥିଯୋଗୁ ଅନେକ ନୋଟ ଚିରି ଫାଟି ବି ଯାଏ। ହେଲେ ରିଜର୍ଭ ବ୍ୟାଙ୍କ ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି। ଏଥିପାଇଁ ଆରବିଆଇ ନୂଆ ନୋଟ ବଜାରକୁ ଛାଡିବାକୁ ଚିନ୍ତା କରୁଥିବାବେଳେ ଏହା ସହଜରେ ମଇଳା, ମୋକଚା କି ନରମିବ ନାହିଁ ବୋଲି ଜଣାପଡିଛି।

{"id":236743,"sizeSlug":"large"}

ଏବେ ଆରବିଆଇ ବାର୍ଣ୍ଣିସ୍ ନୋଟ ଜାରି କରିବେ। ପ୍ରଥମେ ୧୦୦ ଟଙ୍କିଆ ନୋଟ୍‌ରୁ ଏହା ଆରମ୍ଭ ହେବ। ଗତ ୨୦୧୮-୧୯ ବର୍ଷରେ ଏ ନେଇ ଆରବିଆଇ ଘୋଷଣା ବି କରିଛନ୍ତି। ସେହି ଅନୁସାରେ ଏହି ନୋଟକୁ ଖୁବ୍ ଶୀଘ୍ର ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ ବୋଲି ଅର୍ଥରାଜ୍ୟମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି। ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ନୋଟ୍ ଗୁଡିକର ହାରାହାରି ଆୟୁ ଅଢେଇରୁ ସାଢେ ୩ ବର୍ଷ ମଧ୍ୟରେ। ଏହି ନୋଟ ଗୁଡିକ ଚିରିଫାଟି ଗଲେପୁଣି ରିଜର୍ବବ୍ୟାଙ୍କକୁ ଯିବ। ବ୍ୟାଙ୍କ ପ୍ରତିବର୍ଷ ଶହଶହ କୋଟି ଚିରାଫଟୋ ନୋଟ୍ ନଷ୍ଟ କରୁଛନ୍ତି। ଏହି ପ୍ରକ୍ରିୟା ଲାଗି ମୋଟା ରକମର ରାଜସ୍ୱ ବ୍ୟୟ ବି ହେଉଛି। ଏଣୁ କେନ୍ଦ୍ରୀୟ ବ୍ୟାଙ୍କ ବାର୍ଣ୍ଣିସ ନୋଟ୍ ଦ୍ୱାରା ନିଜର ଖର୍ଚ୍ଚ ହ୍ରାସ କରିବାକୁ ଯାଉଛନ୍ତି।

{"id":236744,"sizeSlug":"large"}

ଏହି ନୋଟ ପ୍ରସ୍ତୁତି ଲାଗିସାଧାରଣ ନୋଟ୍ ଅପେକ୍ଷା ଅଧିକ ବ୍ୟୟ ହେବ। ହେଲେ ଏହି ନୋଟ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ। ଏଥିଲାଗି ଆରବିଆଇଙ୍କ ପକ୍ଷରୁ ଶିମଲା, ଜୟପୁର, ଭୁବନେଶ୍ୱର,  ମୈଶୁରରେ  ଓ କୋଚ୍ଚିରେ ୧୦୦ ଟଙ୍କାର ବାର୍ଣ୍ଣିସ ନୋଟ୍ ପରୀକ୍ଷାମୂଳକ ବାବେ ପ୍ରଚଳନ କରିବେ। ଏଥିଲାଗି ବ୍ୟାଙ୍କ ମାଗିଥିବା ଅନୁମତିକୁ ମଞ୍ଜୁରି ମିଳିଛି। ଏହି ପ୍ରଚଳନର ଫଳାଫଳକୁ ନେଇ ସମସ୍ତ ନୋଟ୍ ଆଗକୁ ବାର୍ଣ୍ଣିସ୍ ନୋଟରେ ପରିବର୍ତ୍ତନ ହେବ ବୋଲି ଅର୍ଥରାଜ୍ୟମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.