Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସଂରକ୍ଷଣ ଆଇନ ନୁହେଁ ମୌଳିକ ଅଧିକାର: ସୁପ୍ରିମକୋର୍ଟ

11/06/2020 at 2:14 PM

ନୂଆଦିଲ୍ଲୀ ୧୧।୬:  ସଂରକ୍ଷଣ (ରିଜର୍ଭେସନ) କୋଟା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଐତିହାସିକ ମନ୍ତବ୍ୟ ଦେଇଛନ୍ତି। ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ସିପିଆଇ ଓ ଡିଏମକେର କେତେକ ନେତା ରାଜ୍ୟର ପୋଷ୍ଟ ଗ୍ରାଜ୍ୟୁଏଟ୍ ମେଡିକାଲ କଲେଜ ଓ ଡେଣ୍ଟାଲ କୋର୍ସରେ ଓବିସି କୋଟାରେ ୫୦ ପ୍ରତିଶତ ଆସନ ସଂରକ୍ଷଣ ଲାଗି ନିବେଦନ କରିଥିଲେ।  ଏଥିରେ ତାମିଲନାଡୁରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଲାଗି ୬୯ ପ୍ରତିଶତ ସଂରକ୍ଷଣ ରହିଛି ଯେଉଁଥିରେ ୫୦ ପ୍ରତିଶତ ଓବିସିଙ୍କ ଲାଗି ରହିଛି। ଅଲଇଣ୍ଡିଆ କୋଟାରେ ସରେଣ୍ଡର କରାଯାଇଥିବା ସିଟ୍ ମଧ୍ୟରୁ ୫୦ ପ୍ରତିଶତ ସିଟ୍‌ରେ ଓବିସି ଛାତ୍ରଛାତ୍ରୀଙ୍କୁ ଆଡମିସନ ଅନୁମତି ପ୍ରଦାନ ଲାଗି ସେମାନେ କୋର୍ଟଙ୍କୁ ନିବେଦନ କରିଥିଲେ।

ଏଥିରେ ଆବେଦନକାରୀମାନେ ଓବିସି କୋଟାରେ ଛାତ୍ରଛାତ୍ରୀଙ୍କୁ ଆଡମିସନ ନ ମିଳିବା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଏ.ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସଂରକ୍ଷଣ କୋଟା ଏକ ଆଇନ ଏହା ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।  ତେବେ ପୃଥକ ପୃଥକ ଦଳର ହୋଇ ମଧ୍ୟ ତାମିଲନାଡୁର ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ଲାଗି ଇଛା ବ୍ୟକ୍ତ କରିଥିବାରୁ କୋର୍ଟ ଆବେଦନକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ ସଂରକ୍ଷଣ ଅଧିକାର ମୌଳିକ ଅଧିକାର ହୋଇ ନଥିବାରୁ ହିତାଧିକାରୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି କୋର୍ଟ ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି।

ତେବେ ଆବେଦନକାରୀମାନେ ତାମିଲନାଡୁ ସରକାର ସଂରକ୍ଷଣ ଆଇନ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିବାରୁ କୋର୍ଟ ସେମାନଙ୍କୁ ମାଡ୍ରାସ ହାଇକୋର୍ଟରେ ଅପିଲ କରିବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ସେମାନଙ୍କୁ ଆବେଦନ ପ୍ରତ୍ୟାହାର କରିବା ସହ ହାଇକୋର୍ଟକୁ ଯିବା ଲାଗି ସୁପ୍ରିମକୋର୍ଟ ଅନୁମତି ମଧ୍ୟ ଦେଇଥିବା ଜଣାପଡିଛି।  

   Related Posts